ଝାରସୁଗୁଡ଼ାରେ ନକଲି ମୋଦି । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ଣ୍ଣଟକର ଉଡୁପି ଜିଲ୍ଲାର ସଦାନନ୍ଦ ନାୟର। ପୂର୍ବରୁ ସେ କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବେଳେ ୨୦୧୭ ମସିହାରେ ଠାରେ ଦାଢ଼ି ବଢ଼ିଯିବା ପରେ ସେ ମୋଦୀଙ୍କ ପରି ଅବିକଳ ଦେଖାଯାଉଥିବା ଲୋକେ କହିଥିଲେ। ତାଙ୍କୁ ଦେଖି ସମସ୍ତେ ସେଲଫି ନେଉଛନ୍ତି ।ସେପଟେ ଝାରସୁଗୁଡାରେ ପହଞ୍ଚିଲେ ମୋଦୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମୋଦୀଙ୍କୁ ସ୍ବାଗତ କରାଯାଇଛି । ଓଡ଼ିଶା ଆସିବା ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ୫୦ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବେ ।
