ଝାରସୁଗୁଡ଼ାରେ ୪୪୪ରୁ ଅଧିକ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଚିହ୍ନଟ

ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଙ୍ଗାଲାଦେଶୀ ମାନଙ୍କୁ ଚିହ୍ନଟ କରାଯାଇଛି। ଝାରସୁଗୁଡ଼ା ପୋଲିସ ସବ ଡିଭିଜନ ଅଂଚଳରର ୧୮୩ ଏବଂ ବ୍ରଜରାଜନଗର ସବ ଡିଭିଜନ ଅଂଚଳରୁ ୨୬୧ ଜଣଙ୍କୁ ଅଟକ ରଖାଯାଇଛି। ଏକ ଟାସ୍କଫୋର୍ସ ଗଠନ କରାଯାଇ ଏହି ସନ୍ଦିଗ୍ଧ ମାନଙ୍କୁ ଠାବ କରାଯାଇଛି। ସମସ୍ତଙ୍କୁ ସୋମବାର ରାତିରୁ ଚିହ୍ନଟ ହୋଇଥିବା ଏହି ପ୍ରବାସୀମାନଙ୍କୁ ଯାଞ୍ଚ ପାଇଁ ହୋଲ୍ଡିଂ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।

ହୋଲ୍ଡିଂ ସେଣ୍ଟରକୁ ସ୍ଥାନାନ୍ତରିତ ହୋଇଥିବା ଏହି ୪୪୪ ଜଣଙ୍କ କାଗଜପତ୍ର ଯାଞ୍ଚ ଚାଲିଛି ତେବେ ସମସ୍ତଙ୍କ ନାଗରିକ ପତ୍ର ଯାଞ୍ଚ କରାଯିବ ଏବଂ ଯଦି କୌଣସି ସମସ୍ୟା ଉପୁଜେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଆଇଜି ହିମାଂଶୁ ଲାଲ ଏବଂ ଏସପି ସ୍ମିତ ପି ପରମାର ।

ଅଧିକ ପଢନ୍ତୁ

kc ads