ଝାରସୁଗୁଡାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଲେ ରାଜ୍ୟ ସରକାର ।

ଝାରସୁଗୁଡାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଲେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଖୁବଶୀଘ୍ର କାଯ୍ୟକାରୀ ହେବ ପୋଷ୍ୟ ସନ୍ତାନ ଯୋଜନା । ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷା ଦାନ କରାଯିବ । ସିଏସଆର ପାଣ୍ଠିର ବିନିଯୋଗରେ ମାଗଣା ଶିକ୍ଷାଦାନ କରାଯିବ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । କମିଟିରେ ଏମସିଏଲ କର୍ତ୍ତୁପକ୍ଷ , ମହିଳା ଓ ଶିଶୁ ବିକାଶ ଅଧିକାରୀ ରହିବେ । ଜିଲ୍ଲା ଶିକ୍ଷାଧିକାରୀ କମିଟିରେ ରହିବେ । ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ହେବ ।

ଅଧିକ ପଢନ୍ତୁ