ନିଜ ଶାରୀରିକ ସମ୍ପର୍କର ଲାଇଭ ଷ୍ଟ୍ରିମିଂ କରିବା ଏବଂ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାକୁ ଅନ୍ଲାଇନରେ ବିକ୍ରି କରିବା ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି । ପୁଲିସ କହିଛି କି ଏହି ଦମ୍ପତିଙ୍କର ଟଙ୍କା ଦରକାର ଥିଲା । ସେମାନଙ୍କର ଦୁଇ ଝିଅଙ୍କ କଲେଜ ଫି ଦେବାକୁ ଟଙ୍କା ନଥିବାରୁ ସେମାନେ ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ ଭିଡିଓ ବ୍ରିକି କରିବା ଆରମ୍ଭ କରିଥିଲେ ଦୁଇ ଝିଅ ଉଭୟ ମେଧାବୀ ଛାତ୍ରୀ । ସେମାନଙ୍କ ମଧ୍ୟରୁ ଜଣେ ଦ୍ୱିତୀୟ ବର୍ଷର ବି.ଟେକ୍ ଛାତ୍ରୀ ଥିବାବେଳେ ଅନ୍ୟ ଜଣେ ତାଙ୍କ +୨ ପରୀକ୍ଷା ପରେ କଲେଜରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଥିଲେ । ସେମାନେ ଏଚ୍ଡି କ୍ୟାମେରାରେ ନିଜର ଶାରୀରିକ ସମ୍ପର୍କର ଭିଡିଓ ପ୍ରସ୍ତୁତି କରି ତାକୁ ଆପ୍ ଜରିଆରେ ବିକ୍ରି କରୁଥିଲେ । ଲାଇଭ୍ ଷ୍ଟ୍ରିମିଂ ପାଇଁ ୨ ହଜାର ଟଙ୍କା ଏବଂ ଅଶ୍ଳୀଳ ଭିଡିଓ ପାଇଁ ସେମାନଙ୍କୁ ୫୦୦ ଟଙ୍କା ମିଳୁଥିଲା । ତେବେ ସେମାନଙ୍କୁ ଯେଭଳି କେହି ଜାଣି ନ ପାରିବେ ସେଥିପାଇଁ ସେମାନେ ମୁହଁରେ ମାସ୍କ ଲଗାଉଥିଲେ । ଗିରଫ ଦମ୍ପତି ହାଇଦ୍ରାବାଦର ଅମ୍ବରପେଟ ଅନ୍ତର୍ଗତ ମଲିକାର୍ଜୁନ ନଗରରେ ରୁହନ୍ତି । ସ୍ୱାମୀ ଅଟୋରିକ୍ସା ଚଳାଉଥିବା ବେଳେ ଅଧିକାଂଶ ସମୟ ଦେହ ଖରାପ ହୋଇଥାଏ । ସେ ନିଜର ମେଡିକାଲ ଖର୍ଚ୍ଚ ମଧ୍ୟ ଉଠାଇ ପାରିନଥାନ୍ତି । ତେବେ ପୂର୍ବ ଜୋନ୍ ଟାସ୍କ ଫୋର୍ସ ଦ୍ୱାରା ଦମ୍ପତିଙ୍କ ଘରେ ଚଢାଉ କରାଯାଇଥିଲା ଏବଂ ଏକ ସୂଚନା ଆଧାରରେ ସେମାନଙ୍କୁ ଗିରଫ କରାଯାଇଥିଲା।
ସୂଚନା ଟେକ୍ନୋଲୋଜି ଆଇନର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି । ଏଥି ସହ ଦମ୍ପତିଙ୍କଠାରୁ ଭିଡିଓ କିଣିଥିବା ଲୋକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି ।