ଟର୍ଚ୍ଚ ଆଲୁଅରେ ରୋଗୀ ଚିକିତ୍ସା ଚାଲିଥିବା ଭିଡିଓ ଭାଇରଲ

ସରକାରୀ ମେଡ଼ିକାଲରେ ଅନ୍ଧାର ।ମୋବାଇଲ ଲାଇଟରେ ଚାଲିଛି ରୋଗୀ ଚିକିତ୍ସା ।ମୟୂରଭଞ୍ଜ ଜିଲ୍ଲା ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଉଦଳା ମେଡିକାଲରେ ଅନ୍ଧାରରେ ଟର୍ଚ୍ଚ ଆଲୁଅରେ ଚିକିତ୍ସା ଚାଲିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକି ମାତ୍ର ୨୬ ସେକେଣ୍ଡର ଭିଡିଓ ଭାଇରଲ ହେଉଛି। ହେଲେ ଦେଢ଼ ଘଣ୍ଟା ହେବ ଲାଇନ କଟି ଡାକ୍ତରଖାନା ଅନ୍ଧାରରେ ଥିବା କୁହାଯାଇଛି। ଯାହାକୁ ନେଇ ଚର୍ଚ୍ଚା ଅନେକ ।ଏହି ସମୟରେ ଯେଉଁ ରୋଗୀ ସବୁ ମେଡିକାଲକୁ ଆସିଥିଲେ ସେମାନଙ୍କୁ ଏହି ଅବସ୍ଥାରେ ହିଁ ଚିକିତ୍ସା କରାଯାଇଥିଲା । ସରକାରୀ ମେଡ଼ିକାଲରେ ଅନ୍ଧାରରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ହେବା ଏବେ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

ଅଧିକ ପଢନ୍ତୁ