ହଙ୍ଗା ପଡ଼ିଲା ଟ୍ୟାକ୍ସ ଫାଙ୍କିବା। ଶିବଶଙ୍କର ଯାତ୍ରୀବାହୀ ବସ୍ ମାଲିକ ଗଣିଲେ ୧୦ ଲକ୍ଷ ଟଙ୍କାର ଫାଇନ୍ । ଫାଇନ୍ ଦେଇ ଗାଡ଼ି ଛଡ଼ାଇଲେ ମାଲିକ । ଗାଡ଼ିର ଫିଟ୍ନେସ, ଇନ୍ସରାନ୍ସ କିମ୍ବା ପରମିଟ୍, ପଲ୍ୟୁସନ ନଥାଇ ରାସ୍ତାରେ ଗଡ଼ୁଥିବାରୁ ୧୦ ଲକ୍ଷ ଟଙ୍କା ଫାଇନ କରିଥିଲା କଟକ ଆଟିଓ।ତେବେ ଫିଟନେସ୍ ପାଇଁ ୫ହଜାର, ପଲ୍ୟୁସନ ପାଇଁ ୧୦ ହଜାର, ପର୍ମିଟ ବାବଦକୁ ୧୦ ହଜାର, ବୀମା ପାଇଁ ୨ ହଜାର, ଟ୍ୟାକ୍ସ ୩ ଲକ୍ଷ ୭ହଜାର ୬୬୪ ଓ ପେନାଲ୍ଟି ବାବଦକୁ ୬ଲକ୍ଷ ୮୫ ହଜାର ୯୨ ଟଙ୍କା ସମୁଦାୟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ କରାଯାଇଥିଲା ।
