ରେକର୍ଡ କଲେ ଯଶସ୍ୱୀ ଜୟସ୍ବାଲ। ଟେଷ୍ଟ କ୍ରିକେଟରେ ପ୍ରଥମ ଡବଲ୍ ଶତକ କରିଛନ୍ତି ଜୟସ୍ବାଲ।ସେ ଏକୁଟିଆ ଇଂଲଣ୍ଡର ପ୍ରତ୍ୟେକ ବୋଲରଙ୍କୁ ସାମନା କରି ଦ୍ୱିଶତକ ହାସଲ କରିଥିଲେ । ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ୨୨ ବର୍ଷୀୟ ଜୟସ୍ବାଲ ହେଉଛନ୍ତି ତୃତୀୟ କନିଷ୍ଠ ଭାରତୀୟ। ତେବେ ଦ୍ଵିତୀୟ ଟେଷ୍ଟରେ ଭାରତର ସ୍ଥିତି ମଜବୁତ ରହିଛି। ଯଶସ୍ଵୀ ଜୟସ୍ଵାଲଙ୍କ ଦମଦାର ଦ୍ଵିଶତକ ପରେ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ବଳରେ ଦ୍ଵିତୀୟ ଦିନର ଖେଳ ଭାରତ ନାଁରେ ରହିଛି। ଭାରତର ପ୍ରଥମ ଇନିଂସ ୩୯୬ ରନ ଜବାବରେ ଇଂଲଣ୍ଡ ୨୫୩ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ୧୪୩ ରନର ଅଗ୍ରଣୀ ହାସଲ କରିଛି। ୧୯୮୩ରେ ଅହମଦାବାଦ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କପିଲ ଦେବ ୮୩ରନରେ ୯ ୱିକେଟ ନେଇଥିଲେ। ବର୍ତ୍ତମାନ ବୁମ୍ରା ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ଭାରତୀୟ ପେସର୍ ହୋଇପାରିଛନ୍ତି।
ସେ କପିଲ ଦେବଙ୍କ ୪୧ ବର୍ଷ ପୁରୁଣା ରେକର୍ଡ ସହିତ ସମାନ ହୋଇଛନ୍ତି।ସେ ଭାରତ ପାଇଁ ୧୫୦ ଟେଷ୍ଟ ୱିକେଟ ନେଇ ୧୭ ତମ ବୋଲର ହୋଇଛନ୍ତି। କେବଳ ଏତିକି ନୁହେଁ, ପଞ୍ଚମ ୱିକେଟ ନେଇ ସେ ରବି ଶାସ୍ତ୍ରୀଙ୍କ ୧୫୧ ଟେଷ୍ଟ ୱିକେଟ ସହ ସମାନ ହୋଇଛନ୍ତି। ଏହା ସହିତ ବୁମ୍ରା ମଧ୍ୟ ଭାରତ ପାଇଁ ସବୁଠାରୁ କମ ବଲରେ ୧୫୦ ଟେଷ୍ଟ ୱିକେଟ ନେବାକୁ ଭାରତୀୟ ବୋଲର ହୋଇଛନ୍ତି।