ଖୋଲା ମାର୍କେଟରେ ଧାନ ବିକିଲେ ସମ୍ବଲପୁର ଚାଷୀ । ରାଜ୍ୟ ସରକାର ଧାନ କିଣୁନଥିବାରୁ ସେମାନେ ଖୋଲା ମାର୍କେଟରେ ଧାନ ବିକିଛନ୍ତି । ପ୍ରତୀକାତ୍ମକ ଭାବେ ସେମାନେ ଏପରି ଖୋଲା ବଜାରରେ ଧାନ ବିକ୍ରି କରି ପ୍ରତିବାଦ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାର ବୋଧ ହୁଏ ଏ ବର୍ଷ ଧାନ କିଣିବେ ନାହିଁ ।ଆଜି ସମ୍ବଲପୁରରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି ଚାଷୀ। ସହରର ବିଭିନ୍ନ ସ୍ଥାନରେ ଚାଷୀମାନେ ବସି ପ୍ରତୀକାତ୍ମକ ଭାବେ ଖୋଲା ମାର୍କେଟରେ ଧାନ ବିକିଛନ୍ତି। ଚାଷୀଙ୍କୁ ଏଯାଏ ଟୋକନ ଦିଆଯାଇନାହିଁ। ବାଧ୍ୟ ହୋଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ନେବୁ ବୋଲି ସେମାନେ କହିଛନ୍ତି। ଯୋଗାଣ ମନ୍ତ୍ରୀଙ୍କ କଥାକୁ ମଧ୍ୟ ସେମାନେ କଡ଼ା ନିନ୍ଦା କରିଛନ୍ତି। ମଣ୍ଡିରେ ବିକି ନ ପାରିଲେ, ଖୋଲା ମାର୍କେଟରେ ଧାନ ବିକ ବୋଲି ମନ୍ତ୍ରୀ କହିଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଚାଷୀ ଆନ୍ଦେଳନ ପାଇଁ ବିରୋଧୀଙ୍କୁ ଦାୟୀ କଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ ବିରୋଧି ତିଳକୁ ତାଳ କରୁଛନ୍ତି, ସେମିତି ବଡ ଆନ୍ଦୋଳନ କେଉଁଠି ନାହିଁ । ମୁଁ ସିଧାସଳଖ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ କରୁଛି । ବର୍ତ୍ତର୍ମାନ ସୁଦ୍ଧା ରାଜ୍ୟରେ ୭ଟି ମଣ୍ଡି ଖୋଲିଛି । ବରଗଡରେ ସର୍ବାଧିକ ୬୪ ହଜାର ୬୫୨ ମେଟ୍ରିକ ଟନ୍ ଧାନ ଉଠାଯାଇଛି । ଟୋକନ ପହଞ୍ଚିନଥିବା ସ୍ଥାନରେ ଟୋକନ ପହଞ୍ଚାଇବାକୁ ନିର୍ଦ୍ଦେଶ ହେଇଛି ।
