ସଡକ ଦୁର୍ଘଟଣାରେ ଚାଳକଙ୍କ ବେପରୁଆ ବାହନ ଚାଳନା ପାଇଁ ମୃତ୍ୟୁ ମାମଲାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା କେବଳ ଏକ ଗୁଜବ। ଏପରି ମାମଲାରେ ସରକାରଙ୍କ ଦ୍ୱାରା ଯେଉଁ ନୂଆ ସେକ୍ସନ ଯୋଡା ଯାଇଛି ସେଥିରେ କୌଣସିଠାରେ ୧୦ ଲକ୍ଷ ଟଙ୍କାର ଉଲ୍ଲେଖ ମଧ୍ୟ ନାହିଁ ବୋଲି କୁହାଯାଇଛି । ତେବେ ଦେଶରେ ସଡ଼ ଦୁର୍ଘଟଣାର ବଢୁଥିବା ମାମଲାକୁ ନଜରରେ ରଖି ସୁପ୍ରିମକୋର୍ଟ ଏକ ମୋକଦ୍ଦମାର ଶୁଣାଣି କାଳରେ ଏହି ଅବଜରଭେସନ ଦେଇଥିଲେ ଯେ ଯେଉଁବାହନ ଚାଳକମାନେ ବେପରୁଆ ଗାଡ଼ି ଚାଳନା କରୁଛନ୍ତି ଓ ସଡ଼କ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି ସେମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏହା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ଯେ ନୂଆ ଭାରତୀୟ ନ୍ୟାୟ ସଂହିତାରେ ଏଥିଲାଗି ଏକ ନୂଆ ସେକ୍ସନ ସଂଯୁକ୍ତ କରାଯାଉ।ଏହି ଆଇନ ସ୍ଥାନରେ ପୂର୍ବରୁ ଭାରତୀୟ ଦଣ୍ଡସଂହିତା (ଆଇପିସି)ରେ ଯେଉଁଧାରା ୨୭୯ ଥିଲା ସେଥିରେ ମଧ୍ୟ ଚାଳକଙ୍କୁ ମୃତ୍ୟୁ ନିମନ୍ତେ ଦାୟି କରାଯାଉଥିଲା ଓ ସେଥି ପାଇଁ ଧାରା ୨୭୯ ସହିତ ୩୦୪-ଏ ଧାରା ମଧ୍ୟ ସଂଯୁକ୍ତ ହେଉଥିଲା। ଏଥିରେ ଚାଳକ ଦୋଷୀ ସାବ୍ୟସ୍ତ ହେଲେ ୨ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜରିମନାର ମଧ୍ୟ ପ୍ରାବଧାନ ରହୁଥିଲା। ତେବେ ନୂଆ ଆଇନର କୌଣସି ଠାରେ ମଧ୍ୟ ଚାଳକଙ୍କୁ ୧୦ ଲକ୍ଷ ଟଙ୍କା ଜରିମନାର ପ୍ରାବଧାନ କଥା ଉଲ୍ଲେଖ ନାହିଁ। ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି। ତେବେ ଏହାର ସଠିକ ତଥ୍ୟ ସାମ୍ମନା କୁ ଆସିବାର ବାକି ଅଛି |
ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏଶନ(AIMTC) ଏନେଇ ଘୋଷଣା କରିଛି।ମାମଲାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଟ୍ରକ୍ ଡ୍ରାଇଭର ସଂଘଙ୍କ ସହ ଆଲୋଚନା କରିଛନ୍ତି। ତେବେ ଆଲୋଚନା ସଫଳ ହୋଇଛି। ଫଳସ୍ବରପ ଡ୍ରାଇଭରମାନେ ଖୁବ୍ଶୀଘ୍ର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।ଏନେଇ ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତ, ନୂଆ ଆଇନ ଏବଂ ଦଣ୍ଡବିଧାନର ବ୍ୟବସ୍ଥା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଭାରତୀୟ ଜୁଡିସିଆଲ କୋଡର ଧାରା ୧୦୬ (୨) କାର୍ଯ୍ୟକାରୀ ପୂର୍ବରୁ ଅଲ ଇଣ୍ଡିଆ ପରିବହନ କଂଗ୍ରେସ ସହ ଆଲୋଚନା ହେବ। ଡ୍ରାଇଭର ଏବଂ ପରିବହନକାରୀଙ୍କ ଆଲୋଚନା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।