ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଛି । ଆମେରିକା ସଂଘୀୟ ଅପିଲ ଅଦାଲତ ଟ୍ରମ୍ପଙ୍କ ଦ୍ବାରା ଲାଗୁ ହୋଇଥିବା ଅତିରିକ୍ତ ଟାରିଫକୁ ଅବୈଧ କରିଛନ୍ତି । ଆମେରିକା ଦ୍ବାରା ଲାଗୁ କରାଯାଇଥିବା ଅତିରିକ୍ତ ଶୁଳ୍କକୁ ବେଆଇନ ବୋଲି ଶୁକ୍ରବାର ଦିନ ଆମେରିକା ଫେଡେରାଲ ଆପିଲ କୋର୍ଟ ଟ୍ରମ୍ପଙ୍କୁ ରାୟ ଦେଇଛନ୍ତି ।ଫେଡେରାଲ୍ ସର୍କିଟ୍ ପାଇଁ ଆମେରିକାର ଆପିଲ୍ କୋର୍ଟ କହିଛି ଯେ ରାଷ୍ଟ୍ରପତିଙ୍କ ପାଖରେ ଜରୁରୀକାଳୀନ କ୍ଷମତା ଅଛି, କିନ୍ତୁ ସେଥିରେ ଶୁଳ୍କ କିମ୍ବା ଟିକସ ଲାଗୁ କରିବାର ଅଧିକାର ଅନ୍ତର୍ଭୁକ୍ତ ନାହିଁ । ଏହି ନିଷ୍ପତ୍ତିକୁ ଟ୍ରମ୍ପଙ୍କ ଅର୍ଥନୈତିକ ନୀତି ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି ।
ଏହି ରିପୋର୍ଟ ଅନୁଯାୟୀ, କୋର୍ଟ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଶୁଳ୍କ ବଳବତ୍ତର ରଖିବାକୁ ଅନୁମତି ମଧ୍ୟ ଦେଇଛନ୍ତି, ଯାହା ଟ୍ରମ୍ପ ପ୍ରଶାସନକୁ ଏହି ମାମଲାକୁ ସୁପ୍ରିମକୋର୍ଟକୁ ନେବା ପାଇଁ ସୁଯୋଗ ଦେଇଛି । ଅନ୍ୟପକ୍ଷରେ, ରାଷ୍ଟ୍ରପତି ଟ୍ରମ୍ପ କୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସମସ୍ତ ଶୁଳ୍କ ବଳବତ୍ତର ରହିବ । ସେ କୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ ଏବଂ ପକ୍ଷପାତପୂ ର୍ଣ୍ଣ ବୋଲି କହିଛନ୍ତି ଏଥିସହ ସେ କହିଛନ୍ତି ଏପରି ନିଷ୍ପତ୍ତି ଦେଶକୁ ବରବାଦ କରିବ । ଆମେ ସୁପ୍ରିମକୋର୍ଟଙ୍କ ସହାୟତାରେ ଆମ ଜାତିର ସ୍ୱାର୍ଥରେ ଶୁଳ୍କ ବ୍ୟବହାର କରିବୁ ।