ଟ୍ରମ୍ପଙ୍କ ପ୍ରଶଂସା ଶୁଣି ମୋଦି ଦେଲେ ଏମିତି ଜବାବ

ଭାରତ ସହିତ ସମ୍ପର୍କ ଖରାପ ହେବା ପରେ ଆମେରିକା ରାଷ୍ଟ୍ରପତି ଏବେ ବିଳାପ କରୁଛନ୍ତି। ଆମେରିକା ଭାରତ ଓ ରୁଷକୁ ହରାଇଛି ଏବଂ ଚୀନର ପକ୍ଷ ନେଇଛନ୍ତି ବୋଲି ଟ୍ରମ୍ପ ମନ୍ତବ୍ୟ ଦେବାର ୨୪ ଘଣ୍ଟା ନ ପୂରୁଣୁ ୟୁ-ଟର୍ଣ୍ଣ ମାରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ନିଜ ସମ୍ପର୍କକୁ ନେଇ ଭାବବିହ୍ବଳପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।ଟ୍ରମ୍ପ କହିଛନ୍ତି, ଭାରତ ଏବଂ ଆମେରିକାର ସମ୍ପର୍କ ବହୁତ ସ୍ଵତନ୍ତ୍ର। ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଟାରିଫ ବିବାଦ ସତ୍ବେ ସେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ବନ୍ଧୁ ହୋଇ ରହିବେ। ମୋଦୀ ଜଣେ ଅତି ଉତ୍ତମ ଏବଂ ମହାନ ପ୍ରଧାନମନ୍ତ୍ରୀ। କିନ୍ତୁ ବର୍ତ୍ତମାନ ସେ ଯାହା କରୁଛନ୍ତି, ତାହା ତାଙ୍କୁ ପସନ୍ଦ ନୁହେଁ। ତେବେ ଏହାକୁ ନେଇ ଚିନ୍ତା କରିବାର କୌଣସି ବିଷୟ ନାହିଁ। କାରଣୁ ଦୁଇ ଦେଶ ମଧ୍ୟରେ କେବେ କେବେ ଏଭଳି ସମୟ ଆସିଯାଏ।ଚାଇନାର ତିଆଞ୍ଜିନ୍‌ରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକାଠି ହୋଇଥିଲେ, ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ପରେ ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ଟ୍ରୁତ୍‌ ସୋସିଆଲରେ କରିଥିବା ସଦ୍ୟତମ ପୋଷ୍ଟରେ ଲେଖିଛନ୍ତି, ଗଭୀର ଏବଂ ଅନ୍ଧକାରପୂର୍ଣ୍ଣ ଚାଇନା ନିକଟରେ ଆମେ ଭାରତ ଓ ରୁଷିଆକୁ ହରାଇଲା ଭଳି ଜଣାପଡ଼ୁଛି।ମୋଦୀ ଏକ ଏକ୍ସ ପୋଷ୍ଟ୍‌ ଜରିଆ‌ରେ କହିଛନ୍ତି କି ‘‘ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ରହିଛି,”।

ଅଧିକ ପଢନ୍ତୁ

Odisha Darpan Digital