ଟ୍ରମ୍ପଙ୍କ ବକ୍ତବ୍ୟ ଏକ ମନଗଢ଼ା ଅଭିଯାନ: ଆଇଆର୍‌ଜିସି

ଇରାନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ବୟାନ । କହିଛନ୍ତି, ଆମେ ଜିତି ସାରିଛୁ, ଇରାନ ଏବେ ବୁଝାମଣା ପାଇଁ ବ୍ୟାକୁଳ । ଇରାନରେ ଆମକୁ ବଡ଼ ସଫଳତା ମିଳିଛି । ସେମାନଙ୍କ ପାଖରେ ଏବେ ନା ଅଛି ନୌସେନା, ନା ବାୟୁସେନା କିମ୍ବା କୌଣସି ରାଡାର୍। ସେମାନଙ୍କର ନେତାମାନେ ମଧ୍ୟ ଆଉ ନାହାନ୍ତି। ଏହି ପରିସ୍ଥିତିରେ ସେମାନେ ଏକ ଚୁକ୍ତି ବା ବୁଝାମଣା କରିବାକୁ କେତେ ବ୍ୟାକୁଳ, ତାହା ଆପଣ କଳ୍ପନା କରିପାରିବେ ନାହିଁ। ତେବେ ଆଗକୁ କ’ଣ ହେଉଛି ଦେଖାଯିବ ବୋଲି ଟ୍ରମ୍ପ କହିଛନ୍ତି । ଇରାନ ସହ ଆଲୋଚନାରେ ସବୁଠୁ ବଡ଼ ସର୍ତ୍ତ ହେଉଛି, ସେମାନେ କଦାପି ପରମାଣୁ ଅସ୍ତ୍ର ରଖିପାରିବେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ଇରାନରେ ଯୁଦ୍ଧ ଜିତି ସାରିଛି । କେବଳ ମିଛ ଖବର ପ୍ରସାରଣ କରୁଥିବା ମିଡିଆ ଏହାକୁ ଚାଲୁ ରଖିବାକୁ ଚାହୁଁଛି । ଅନ୍ୟପଟେ ଆମେରିକା ସହିତ ଇରାନର ଆଲୋଚନାର ଦାବିକୁ ସାର୍ବଜନୀନ ଭାବରେ ଅସ୍ୱୀକାର କରିବା ପରେ ଆଇଆର୍‌ଜିସି ମୁଖପାତ୍ରଙ୍କ ଏହି ମନ୍ତବ୍ୟ ଆସିଛି। ଇରାନର ରିଭୋଲ୍ୟୁସନାରୀ ଗାର୍ଡ କହିଛି, ଆମେ ଆମେରିକୀୟ ଲକ୍ଷ୍ୟସ୍ଥଳ ଉପରେ ନୂତନ ଆକ୍ରମଣ ଆରମ୍ଭ କରିଛୁ। ଟ୍ରମ୍ପଙ୍କ ବକ୍ତବ୍ୟ ଏକ ମନଗଢ଼ା ଅଭିଯାନ। ଏହା ତେହେରାନର ସାମରିକ ରଣନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଆମେ ଡିମୋନା ଏବଂ ତେଲ ଅଭିଭ ସମେତ ଅନେକ ଇସ୍ରାଏଲୀ ସହର ଏବଂ ଆମେରିକୀୟ ଘାଟିକୁ ଟାର୍ଗେଟ କରିଛୁ ବୋଲି ରିଭୋଲ୍ୟୁସନାରୀ ଗାର୍ଡ କହିଛି।

ଅଧିକ ପଢନ୍ତୁ