ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କୋଟିପତି ଏଲନମସ୍କଙ୍କ ମଧ୍ୟରେ ଦିନକୁ ଦିନ ଉତ୍ତଜନା ବୃଦ୍ଧି ପାଇବାରେ ଲାଗିଛି । ମସ୍କଙ୍କ କମ୍ପାନୀର ସରକାରୀ ଚୁକ୍ତିନାମା ଏବଂ ସବସିଡି ବନ୍ଦ କରିଦେବାର ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଏହାର କଡା ଜବାବ ଦେବାକୁ ଯାଇ ମସ୍କ ଟ୍ରମ୍ପଙ୍କୁ ପଦରୁ ହଟାଇବା ପାଇଁ ଆଲୋଚନା ଆରମ୍ଭ କରିଛନ୍ତି । ନିକଟରେ ମସ୍କ ଟ୍ରମ୍ପ୍ଙ୍କ ଟିକସ ଏବଂ ଖର୍ଚ୍ଚ ସମ୍ବନ୍ଧିତ ବିଲ୍କୁ ସମାଲୋଚନା କରିବାକୁ ନେଇ ଟ୍ରମ୍ପ୍ ସାମ୍ବାଦିକଙ୍କୁ କହିଛନ୍ତି, ‘ମସ୍କଙ୍କୁ ପୂର୍ବରୁ ଟିକସ ଏବଂ ଖର୍ଚ୍ଚ ବିଲ୍ ବାବଦରେ ସବୁକିଛି ଜଣାଥିଲା ।
କିନ୍ତୁ ସେତେବେଳେ ତାଙ୍କୁ କିଛି ଅସୁବିଧା ହୋଇ ନ ଥିଲା । ହେଲେ ଇଲେକ୍ଟ୍ରିକ୍ ଯାନ (ଇଭି) କ୍ରୟ ମାଣ୍ଡେଟ୍ ହ୍ରାସ କରିବାକୁ ପଡ଼ିବ ବୋଲି ଜାଣିବା ପରେ ଅଚାନକ ମସ୍କଙ୍କୁ ଏହି ବିଲ୍କୁ ନେଇ ଅସୁବିଧା ହୋଇଥିଲା । ସବୁକିଛି ଜାଣି ଏବେ ବିଲ୍କୁ ବିରୋଧ କରି ମସ୍କ ବେଶ୍ ନିରାଶ କରିଛନ୍ତି । ମୁଁ ମସ୍କଙ୍କୁ ବହୁତ ସାହାଯ୍ୟ କରିଛି । ମୁଁ ସବୁବେଳେ ମସ୍କଙ୍କୁ ପସନ୍ଦ କରୁଥିଲି । ସେ ପୂର୍ବରୁ ମୋ ବିଷୟରେ ବହୁତ ଭଲ କଥା କହିଛନ୍ତି । କିନ୍ତୁ ଏବେ ମସ୍କଙ୍କ ସହ ମୋର ସମ୍ପର୍କ ପୂର୍ବଭଳି ରହିବ କି ତାହା ଜଣାନାହିଁ । ଟ୍ରମ୍ପଙ୍କ ଏଭଳି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖୁଛନ୍ତି ଏଲନ ମସ୍କ । ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ସେ ନ ଥିଲେ ଟ୍ରମ୍ପ ନିର୍ବାଚନରେ ହାରିଥାନ୍ତେ । ଡେମୋକ୍ରାଟ୍ସ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସକୁ କବ୍ଜା କରିନେଇଥାନ୍ତେ ଏବଂ ସିନେଟରେ ରିପବ୍ଲିକାନ୍ ୫୧-୪୯ ବ୍ୟବଧାନରେ ଜିତିଥାନ୍ତେ । ଏଥିପ୍ରତି ଟ୍ରମ୍ପ କୃତଜ୍ଞ ରହିବା କଥା । ସରକାର ଇଭି ଏବଂ ସୌରଶକ୍ତିରେ ସବ୍ସିଡି ତ କମ୍ କରିଦେଲେ କିନ୍ତୁ ତେଲ, ଗ୍ୟାସ୍ କମ୍ପାନି ଗୁଡ଼ିକୁ ମିଳୁଥିବା ଛାଡ଼ ପୂର୍ବଭଳି ରଖିଲେ । ଏହା ଆଦୌ ଉଚିତ ନୁହେଁ।ଏହାରି ମଧ୍ୟରେ ୱାଲ ଷ୍ଟ୍ରିଟରେ ମସ୍କଙ୍କ କମ୍ପାନୀ ଟେସ୍ଲା ସେୟାରରେ ଉପରେ ଭାରି ପ୍ରଭାବ ପଡିଥିଲା । ଟେସ୍ଲା ସେୟାରରେ ୧୪.୩%ରେ କମ୍ପାନୀ ହ୍ରାସ ପାଇଥିଲାବେଳେ ମାର୍କେଟରେ ୧୫୦ ବିଲିୟନ ଡଲାରର ଝଟକା ଲାଗିଥିଲା । ଯାହା ଟେସ୍ଲାର ସବୁଠାରୁ ବଡ କ୍ଷତିର ଏକ ଇତିହାସ ।