ଟ୍ରମ୍ପ-ମୁନିର ଭୋଜନ ପଛରେ ନୋବେଲ ପ୍ରାଇଜ୍!

ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ । ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସରେ ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଭାରତ ସମେତ ସମଗ୍ର ବିଶ୍ୱ ମୁନିର ଓ ଟ୍ରମ୍ପଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ଉପରେ ନଜର ରଖିଥିଲା। ତେବେ ହ୍ୱାଇଟ୍ ହାଉସ ସ୍ପଷ୍ଟ କରିଥକିଲା କି, ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ କାହିଁକି ନିମନ୍ତ୍ରଣ କରାଯାଇଥିଲା। ହ୍ୱାଇଟ୍ ହାଉସ କହିଛି ଯେ ଜେନେରାଲ ଅସୀମ ମୁନିରଙ୍କ ସହିତ ଟ୍ରମ୍ପଙ୍କ ମଧ୍ୟାହ୍ନ ଭୋଜନ ସ୍ଥିର ହୋଇଥିଲା । କାରଣ ସେ (ମୁନିର) ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଅପିଲ କରିଥିଲେ।ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ସେହି ସମୟରେ, ଇସ୍ରାଏଲ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତିନାମାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଜଣେ ନରୱେ ସାଂସଦଙ୍କୁ ମନୋନୀତ କରାଯାଇଥିଲା। କିନ୍ତୁ ସେତେବେଳେ ଟ୍ରମ୍ପ ନୋବେଲ ପାଇପାରିଲେ ନାହିଁ। ଯଦି ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଜିତନ୍ତି, ତେବେ ସେ ନୋବେଲ ପାଇବାରେ ଆମେରିକାର ପଞ୍ଚମ ରାଷ୍ଟ୍ରପତି ହେବେ। ପୂର୍ବରୁ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ତେବେ ସେଥିରେ ସେ ବିଫଳ ହୋଇଥିଲେ। ଏବେ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ଶାନ୍ତି ବଜାୟ ରଖିବାକୁ ଉଦ୍ୟମ କରୁଛନ୍ତି। ଏହା ପଛରେ ବଡ କାରଣ ନୋବେଲ୍ ପୁରସ୍କାର ବୋଲି କୁହାଯାଉଛି ।

ଅଧିକ ପଢନ୍ତୁ

kc ads