ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି । ଚାଲାଣ କଟିଥିବା ଗାଡି ପାଇଁ ନିୟମ କଡାକଡି କଲା ଟ୍ରାଫିକ ବିଭାଗ । ଚାଲାଣ କଟିଥିବା ଗାଡିର କଟିଲା ନାଁ । ରାସ୍ତାରେ ଆଉ ଗଡିପାରିବନି ଏହି ସବୁ ଗାଡି । ବ୍ଲାକ୍ ଲିଷ୍ଟ ଗାଡି ତାଲିକା ପ୍ରକାଶ କଲା ଟ୍ରାଫିକ ବିଭାଗ । ଏକାଧିକ ଚାଲାଣ ଥିବା ୨୫୮ ଗାଡି ନମ୍ବର ବ୍ଲାକ ଲିଷ୍ଟରେ ରହିଛି ।ଯେଉଁମାନେ ବାରମ୍ବାର ଗାଡିରେ ଟ୍ରାଫିକ ନିୟମ ଉଲଂଘନ କରିଛନ୍ତି ସେମାନଙ୍କ ଲାଇସେନ୍ସ ଓ ଫିଟନେସ ରଦ୍ଧ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।
