ଟ୍ରେନ୍‌ ଆଗକୁ ଡେଇଁବାକୁ ବାଧ୍ୟ କଲା ଟ୍ରେଡିଂ ଆପ୍‌

ଟ୍ରେଡିଂ ଆପରେ ଟଙ୍କା ହାରିଲେ । ଟ୍ରେନ୍ ଟ୍ରାକରେ ଶୋଇ ଜୀବନ ଦେଇଦେଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଆରପି ଥାନା ଅନ୍ତର୍ଗତ ବାଲିଜୁରୀରେ । ମୃତକ କେନ୍ଦ୍ରାପଡ଼ା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ । ସେ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାମ କରୁଥିଲେ। ପୁଲିସ୍‌ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।‘ଅଚ୍ୟୁତାନନ୍ଦ ସାହୁ କିଛି ବର୍ଷ ହେବ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କାମ କରୁଥିଲେ।

ଏଥିସହ ସେ କଲର ଟ୍ରେଡିଂ ଗେମ୍ବଲିଂ ଆପ୍‌ରେ ଟଙ୍କା ଲଗାଇଥିଲେ। ମାତ୍ର ସେଥିରେ ସେ ସବୁ ଟଙ୍କା ହରାଇ ବସିଲେ। ସେଥିର ମୁକୁଳିବାକୁ ସେ ଆଉ ୨୦-୨୫ ଲକ୍ଷର ରଣ ବି କରି ଦେଇଥିଲେ। ମାତ୍ର ତାହା ବି ବୁଡ଼ିଗଲା। ଫଳରେ କରଜ ବୋଝ ତଳେ ଚାପି ହୋଇଗଲେ ଅଚ୍ୟୁତାନନ୍ଦ। ତେବେଜୀବନ ହାରିବା ପୂର୍ବରୁ ସେ ହ୍ବାଟସ ଆପରେ ଶେଷ ମେସେଜ୍ ଛାଡିଯାଇଛନ୍ତି । ଜୀବନରେ ଗୋଟେ ଭୁଲ ଯୋଗୁ ଜୀବନ ହରେଇବାକୁ ବାଧ୍ୟ ହେଉଛି ବୋଲି ଲେଖିଛନ୍ତି । ଯେତେ ସୁଧାରିବାକୁ ଚାହିଁଲେ ବି ସୁଧାରି ପାରିଲିନି । ମୋ ଭୁଲ ପାଇଁ ମୋତେ ହିଁ ଶାସ୍ତି ଦରକାର ବୋଲି ଲେଖିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital