ଦୁର୍ଗାପୂଜା ପାଇଁ ଟ୍ୱିନ ସିଟିରେ ଆଜିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ । ପୂଜା ଓ ଭସାଣୀରେ ମୁତୟନ ହେବ ୬୫ ପ୍ଲାଟୁନ ପୋଲିସ ଫୋର୍ସ, ଅତିରିକ୍ତ ଡିସିପି ରାଙ୍କର ୫ ଜଣ, ଡିଏସପି ରାଙ୍କର ୨୫ ଓ ଇନ୍ସପେକ୍ଟର ରାୟଙ୍କ ର ୩୦ ଅଧିକାରୀ ରହିବେ। ଏଥିସହ ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଭସାଣୀରେ ରାତି ୧୨ ଟା ପରେ ବାଜିପାରିବ ପାରମ୍ପରିକ ବାଜା, ହେଲେ ସାଉଣ୍ଡ ଲିମିଟ ଅନୁସାରେ ବାଜା ବାଜିବା ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମିନା । କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ଭୁବନେଶ୍ୱରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ । ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ବର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଲି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ।
