ଠକେଇର ଶିକାର ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜମି କିଣାକୁ ନେଇ ଠକେଇର ଶିକାର ହୋଇଛନ୍ତି । ଜଣେ ଅଗ୍ରୀମ ୨୫ ଲକ୍ଷ ଟଙ୍କା ନେବା ପରେ ଜମି ଦେଇନଥିବା ଜଣାପଡ଼ିଛି । ପରେ ମନ୍ତ୍ରୀ ଶ୍ରୀ ପାତ୍ର ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଘର ଢେଙ୍କାନାଳ ଟାଉନ ଥାନା ସିମିଳିଆରେ । ମନ୍ତ୍ରୀ ନଥିବା ସମୟରେ ଅର୍ଥାତ୍ ୨୦୨୧ ମସିହାରେ ସଦର ଥାନା ବଣସିଂହ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲା । ବଣସିଂହ ଅଞ୍ଚଳରେ ଭଲ ମୂଲ୍ୟରେ ଜମି ରହିଛି । କିଣିବାକୁ ଚାହୁଥିଲେ ସେ ସେସବୁ ଜମି ଯୋଗାଡ଼ କରିଦେବ ବୋଲି କହିଥିଲା । ମନ୍ତ୍ରୀ କିଣିବାକୁ ରାଜି ହେବାରୁ, ଜମି ମାଲିକମାନଙ୍କୁ ଅଗ୍ରୀମ ଦେବାକୁ ପଡ଼ିବ କହି ୨୫ ଲକ୍ଷ ଟଙ୍କା ଉକ୍ତ ବ୍ୟକ୍ତି ଜଣକ ନେଇଯାଇଥିଲା ।

ମନ୍ତ୍ରୀ ସମ୍ପୃକ୍ତ ବ୍ୟକ୍ତିକୁ ବିଶ୍ଵାସ କରି ଟଙ୍କା ଦେଇଥିଲେ, ମାତ୍ର ଅନେକ ଦିନ ପର୍ଯ୍ୟନ୍ତ ସେ ଜମି ଯୋଗାଡ଼ କରି ପାରିନଥିଲା । ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲା । ଶେଷରେ ନିରାଶ ହୋଇ କୃଷ୍ଣ ପାତ୍ର ଟଙ୍କା ଫେରସ୍ତ ଦେଇଦେବାକୁ କହିଥିଲେ । ଅଭିଯୁକ୍ତ ୨ଟି ଚେକ୍ କୃଷ୍ଣ ପାତ୍ରଙ୍କ ନାମରେ ଦେଇଥିଲା । ତାହା ବ୍ୟାଙ୍କରେ ଜମା କରିବାରୁ ଚେକ୍ ବାଉନ୍ସ ହୋଇଯାଇଥିଲା । ମନ୍ତ୍ରୀ ରି-ପେମେଣ୍ଟ ପାଇଁ ନୋଟିସ୍ ପଠାଇଥିଲେ ସୁଧା ସେ ଦେଇନଥିଲା ।ଯାହାକୁ ନେଇ ମନ୍ତ୍ରୀ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।

ଅଧିକ ପଢନ୍ତୁ

Odisha Darpan Digital