ଠିକ୍‌ ସମୟରେ କାମ ନସରିଲେ ହେବ କାର୍ଯ୍ୟାନୁଷ୍ଠାନ : ପୃଥ୍ୱୀରାଜ ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ଠିକାଦାରମାନେ କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମଙ୍ଗଳବାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ମନ୍ତ୍ରୀ ଠିକାଦାରମାନଙ୍କୁ ନିର୍ଦେଶ ଦେବା ସହିତ କଡା ଚେତାବନୀ ମଧ୍ୟ ଦେଇଛନ୍ତି।କ୍ୱାଲିଟିରେ କମ୍ପରମାଇଜ ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସମୟ ସୀମା ସୁଦ୍ଧା କାମ ଶେଷ ନକଲେ ଦଣ୍ଡ ବିଧାନ ହେବ ବୋଲି କହିଛନ୍ତି। ପେନାଲଟି ହେବା ସହ ସରକାର ଅନ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ।

ପ୍ରକଳ୍ପ କାମ ପାଇଁ ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁରୁଣା ଡିଜାଇନ ସହ କିଛି ନୂଆ ଡିଜାଇନ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ ଓ ପୁରୀ ପ୍ରକଳ୍ପକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୃଥ୍ୱୀରାଜ । ସବୁଠାରୁ ବଡ଼କଥା ହେଲା, ଏଥିପାଇଁ ଯାହା ଯାହା ଆବଶ୍ୟକ ତାହା କରାଯିବ ଏବଂ ଏନେଇ ଡ୍ରଇଂ ଡିଜାଇନ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅଧିକ ପଢନ୍ତୁ