ଡଗରା ବେଳାଭୂମିରେ ବଙ୍ଗୀୟ ଦମ୍ପତିଙ୍କୁ ଅସଦାଚରଣ : ଦୁଇ ଗିରଫ

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗ ।ଯୁବତୀଙ୍କ ଏତଲା କ୍ରମେ ବାଲିଆପାଳ ପୁଲିସ ଏକ ମାମଲା ରୁଜୁ କରି ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ ଗତ ରବିବାର ପଶ୍ଚିମବଙ୍ଗରୁ ଡଗରା ବେଳାଭୂମିକୁ ବୁଲିବାକୁ ଆସିଥିବା ଦୁଇ ଜଣ ଯୁବକ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ଆକ୍ରମଣ କରିବା ସହିତ ଯୁବତୀଙ୍କୁ ଅସାଦାଚରଣ କରିଥିଲେ । ଏଥିରେ ବଙ୍ଗୀୟ ପର୍ଯ୍ୟଟକ ପ୍ରତିବାଦ କରିବାରୁ ସେମାନଙ୍କୁ ମାଡ଼ ମାରିବା ସହିତ ମହିଳାମାନଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ସ୍ଥାନୀୟ କିଛି ପର୍ଯ୍ୟଟକ ଏଥିରେ ହସ୍ତକ୍ଷେପ କରିବା ପରେ ବଙ୍ଗୀୟ ପର୍ଯ୍ୟଟକ ମାନେ ସେଠାରୁ ଉଦ୍ଧାର ହୋଇଥିଲେ । ଯାହାର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଭାଇରାଲ୍ ହେବାରେ ଲାଗିଛି । ଅଭିଯୋଗକୁ ଭିତ୍ତି କରି ବାଲିଆପାଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଡଗରା ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପୋଲିସ ମୁତୟନ ପାଇଁ ସାଧାରଣରେ ଦାବି ହୋଇଛି ।

ଅଧିକ ପଢନ୍ତୁ