ଡଙ୍ଗା ଚଳାଇ ଗାଁକୁ ଗଲେ ବିଧାୟକ ମଙ୍ଗୁ ଖିଲ।

ଡଙ୍ଗା ଚଳାଇ ଗାଁକୁ ଗଲେ ବିଧାୟକ । ନିର୍ବାଚନରେ ଜିତିବା ପରେ ମାଲକାନଗିରି ଜିଲ୍ଲା ଗଜିଆଗୁଡା ଗାଁକୁ ଯାଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । ଗାଁକୁ ସିଧାସଳଖ ରାସ୍ତା ନଥିଲା ବେଳେ ନଦୀରେ ଜଳଯାତ୍ରା କରିବାକୁ ପଡ଼ୁଛି। ବର୍ଷା ବଢ଼ିଲେ ଜଳପଥ ମଧ୍ୟ ଏକପ୍ରକାର ବନ୍ଦ ହୋଇ ବାହ୍ୟଜଗତରୁ ଚ୍ଛିନ୍ନ ହୋଇଯାଉଛି। ତେଣୁ ବିଧାୟକଙ୍କୁ ବି ଏହି ଗାଁକୁ ଦେଶୀ ଡଙ୍ଗାରେ ଯିବାକୁ ପଡ଼ିଛି।ସମସ୍ୟାର ପାହାଡ଼ ତଳେ ଦବି ରହିଥିବା ଏହି ଗାଁ ସଂପର୍କରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ କିଛି ଦିନ ତଳେ ଜାଣିବାକୁ ପାଇଥିଲେ। ତେଣୁ ବାସ୍ତବ ସ୍ଥିତି ଦେଖିବା ପାଇଁ ଗାଁ ଅଭିମୁଖେ ବାହାରିଥିଲେ। ଘାଟରେ ପହଞ୍ଚି ଦେଶୀ ଡଙ୍ଗରେ ବିଧାୟକ ଗାଁକୁ ଯାଇଥିଲେ। ଗ୍ରାମବାସୀଙ୍କ ଯନ୍ତ୍ରଣାଦାୟକ ଅବସ୍ଥା ଦେଖି ବିଧାୟକ ଉଦ୍‌ବେଗ ପ୍ରକାଶ କରିଥିଲେ।ନିଜେ ଡଙ୍ଗା ଚଳାଇ ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତ ଗଜିଆଗୁଡ଼ା ଗାଁକୁ ଗସ୍ତ କରିଛନ୍ତି । ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦେଇଥିଲେ ବିଧାୟକ ଜିତିବା ପରେ ନିର୍ମାଣ କାମ କେମିତି ଶେଷ ହେବ । ତା ଉପରେ ବିଧାୟକଙ୍କ ପ୍ରଥମ ନଜର ରହିବ ବୋଲି ଜଣାପଡିଛି । ତେଣୁ ବିଧାୟକଙ୍କ ଗସ୍ତକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଭରିଦେଇଥିଲା ।

ଅଧିକ ପଢନ୍ତୁ