ଡବ୍ଲ୍ୟୁଏଚଓ ଅନୁମୋଦନ ବିନା ଓଆରଏସ ଲେବଲ ବ୍ୟବହାର କରାଯାଇପାରିବନି। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଫଏସଏସଏଆଇ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଜୁଲାଇ ୧୪ ଓ ୨୦୨୪ ଫେବୃଆରୀ ୨ ପୂର୍ବ ଆଦେଶ ବାତିଲ ହୋଇଛି । ବ୍ରାଣ୍ଡ ନାମରେ ଓଆରଏସକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡିବା ଅନୁମତି ବାତିଲ ହୋଇଛି । ଯଦି ଓଆରଏସ ଭୁଲ ଭାବେ ବ୍ୟବହୃତ ହୁଏ, ତେବେ ଏହା ବିପଦ ସୃଷ୍ଟି କରିପାରେ । ଖାଦ୍ୟ ସୁରକ୍ଷା ଓ ମାନକ ୨୦୦୬ ଓ ନିୟମାବଳୀ କଡା ଅନୁସରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏପ୍ରିଲ୍ ୨୦୨୨ରୁ ଏଭଳି ଭ୍ରାମାତ୍ମକ ବିଜ୍ଞାପନ ଉପରେ ନିୟନ୍ତ୍ରଣ କରାଯାଉଛି। ଡାକ୍ତରମାନେ ସତର୍କ କରିଛନ୍ତି ଯେ ଭୁଲ୍ ଫର୍ମୁଲାର ଡ୍ରିଙ୍କ୍ ଡାଇରିଆ ଓ କ୍ୟାନସର ଭଳି ରୋଗ କରି କ୍ଷତି ପହଞ୍ଚାଇପାରେ । ଏହା ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରଣ ବୋଲି ବୋଲି ଉପଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ପାଳନ ନକଲେ ଆଇନଗତ ଦୃୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଫ୍ଏସ୍ଏସ୍ଏଆଇ ନିର୍ଦ୍ଦେଶରେ କୁହାଯାଇଛି । ଏହି ନିର୍ଦ୍ଦେଶ ପାଳନ ନକଲେ ଆଇନଗତ ଦୃୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଫ୍ଏସ୍ଏସ୍ଏଆଇ ନିର୍ଦ୍ଦେଶରେ କୁହାଯାଇଛି ।
