ଡାଇରିଆ ପରେ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ୍ ।

ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ବଡ଼ ବୈଠକ । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବେ ଏହି ଟିମ୍‌ର ସଦସ୍ୟ। ସେପଟେ ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ରାଜ୍ୟରେ ଝାଡାବାନ୍ତି ସ୍ଥିତି ସାମାନ୍ୟ କମିଥିଲେ ବି ଏଥିରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗିନି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ରାଜ୍ୟରେ ଡାଇରିଆ ସ୍ଥିତି ଥମିନଥିବାବେଳେ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ୍ । ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ମାସେ ହେଲା ଏହି ସଂଖ୍ୟା ବୃଦ୍ଧି ପାଉଛି । ଇ.ଏ କଲୋନି , ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ପ୍ରାୟ ୫୦ ଛୁଇଁଥିବାବେଳେ ଏକାଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଦୂଷିତ ପାଣି ପିଇ ଜଣ୍ଡିସ୍ ବ୍ୟାପୁଥିବା ଖବର ମିଳିବା ପରେ ଗତ ୨ ଦିନ ତଳେ ସଂକ୍ରମିତ ଅଞ୍ଚଳରୁ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା ଏବଂ ନମୂନାରୁ ଜଣ୍ଡିସ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ

kc ads