ଡାଇରିଆ ଭୟରେ ରାଜ୍ୟର ବିଭିନ୍ନ ହୋଟେଲ, ଢାବାରେ ଚଢାଉ

ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି । ଦୂଷିତ ପାଣି ଓ ବାସି ଖାଦ୍ୟ ଖାଉଥିବାରୁ ଏହା ବ୍ୟାପୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ, ଢାବା, ଫାଷ୍ଟ ଫୁଡ୍ ଦୋକାନରେ ରେଡ୍‌ ଚାଲିଛି । କେନ୍ଦ୍ରାପଡ଼ା, ଯାଜପୁର, ଭୁବନେଶ୍ବର ସବୁଠି ରେଡ୍ କରାଯାଉଛି । ରାଜଧାନୀରେ ଖାଦ୍ୟ ସୁରକ୍ଷା ବିଭାଗ ଓ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଖାଦ୍ୟର ଗୁଣବତ୍ତା ନେଇ ବିଭାଗ ପକ୍ଷରୁ ଚାଲିଛି ଯାଞ୍ଚ ।ଖାଦ୍ୟର ଗୁଣବତ୍ତା ନେଇ ବିଭାଗ ପକ୍ଷରୁ ଚାଲିଛି ଯାଞ୍ଚ । ଯଦି ଗୁଣବତ୍ତା ଯାଞ୍ଚରେ କିଏ ଦୋଷୀ ବାହାରନ୍ତି । ତେବେ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ସୂଚନା ମିଳିଛି । ଯାଜପୁର ରୋଡ଼ରେ ବଡ଼ ବଡ଼ ହୋଟେଲ ଓ ପାନୀୟ ଜଳ ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ ହୋଇଛି । ସମ୍ ହସ୍ପିଟାଲ ଛକ ନିକଟରେ ଥିବା ହୋଟେଲରେ ଚଢ଼ାଉ କରି ଫ୍ରିଜରୁ ମାଛ ଆଉ ଖାଦ୍ୟରେ ମିଶୁଥିବା ରଙ୍ଗ ଜବତ କରିଛନ୍ତି ଅଧିକାରୀ ।

ଅଧିକ ପଢନ୍ତୁ

kc ads