ମଝି ରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ସୋସିଆଲ ମେଡିଆରେ ଭାଇରାଲ୍ ହେଲା ଭିଡିଓ । ସାଲେପୁର ପାଗା ଛକ ନିକଟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଗାଁର ପ୍ରଦ୍ୟୁମ୍ନ ଓରଫ୍ ଶିବୁ ଅସୁସ୍ଥ ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ପହଞ୍ଚିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା । କିନ୍ତୁ ପାଗା ଛକ ନିକଟରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ୧ ଘଣ୍ଟା ଯାଏ ରାସ୍ତାରେ ଛଟପଟ ହୋଇଥିଲେ ପ୍ରଦ୍ୟୁମ୍ନ । ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଚିକିତ୍ସା ମିଳିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଦାୟୀ କରିଛନ୍ତି । ଆମ୍ବୁଲାନ୍ସ ଖରାପ ହେବା ଯୋଗୁ ରୋଗୀଙ୍କ ଜୀବନ ଚାଲିଗଲା ବୋଲି ପରିବାର ଲୋକ କହିଛନ୍ତି ।
