ରାଜ୍ୟରେ ଡାକ୍ତର ସଂଘ(ଓମ୍ସା) ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ଜରୁରୀ ସେବା ପରିଚାଳନା ଆଇନ(ଏସ୍ମା) ଲାଗୁ କରାଯାଇଛି।ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିବ । ପୂର୍ବ ଭଳି ଦୁଇ ଘଣ୍ଟା ଓପିଡି ବନ୍ଦ କରିବେ ଡାକ୍ତର । ସରକାରଙ୍କ ଏସମାଙ୍କୁ ବେଖାତିର । ଓଡ଼ିଶା ସରକାର ଏସମା ଲଗାଇବା ପରେ ଡାକ୍ତର ସଂଘ ତୁରନ୍ତ ଅନଲାଇନ ଜରୁରୀ ବୈଠକ ଡାକି ଥିଲା । ଆନ୍ଦୋଳନ ଜାରି ରହିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଡାକ୍ତରଙ୍କ ଦାବି ସହ କୌଣସି ସାଲିସ ହେବ ନାହିଁ । ଡାକ୍ତରଙ୍କ ଦାବି ଯଥାର୍ଥ । ବୈଠକରେ ନିଷ୍ପତ୍ତି ହୋଇଛି, ପୂର୍ବବତ ସକାଳ ୯ଟା ରୁ ୧୧ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଓପିଡି ବନ୍ଦ ରହିବ । ସେହିପରି NHM କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବୟକଟ କରାଯିବ । ଏମର୍ଜେନ୍ସି ସେବା ଜାରି ରହିବ । ଆନ୍ଦୋଳନ ବନ୍ଦ କରିବାକୁ ଗତକାଲି ଏସମା ଲଗାଇଥିଲେ ରାଜ୍ୟ ସରକାର ।
