ଡାକ୍ତରଙ୍କ ଘରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

ବେଆଇନ ଲିଙ୍ଗ ନିରପୂଣ ଅଭିଯୋଗରେ କଟକର ଫ୍ରେଣ୍ଡ୍‌ସ କଲୋନୀସ୍ଥିତ ଡାକ୍ତର ପୁଣ୍ୟଶ୍ଳୋକ ଦାସଙ୍କ ଘରେ ଶୁକ୍ରବାର ଚଢ଼ାଉ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଉକ୍ତ ଚଢ଼ାଉରେ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ପ୍ରଶାନ୍ତ ସାମଲ, ସଦର ଉପଜିଲାପାଳ କମଳଜିତ ଦାସ ଓ ଏସିପି ଜୋନ୍‌-୫ କୃଷ୍ଣଚନ୍ଦ୍ର ସେଠୀଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇଛି। ସୂଚନା ଥାଉକି, ଡାକ୍ତର କରୁଥିଲେ ବେଆଇନ୍ ଲିଙ୍ଗ ନିରୂପଣ ।

ଚଢାଉ କରି ଧରିଲେ ଉପ-ଜିଲ୍ଲାପାଳ । ବ୍ୟାଗରୁ ବାହାରିଲା ପୁଳା ପୁଳା ଟଙ୍କା । ଅଲଟ୍ରାସାଉଣ୍ଡ ମେସିନ୍, ନଗଦ ଟଙ୍କା ଓ ମୋବାଇଲ ଜବତ ।ଡାକ୍ତର ଜଣଙ୍କ ଦେବଗଡରେ ଏକ ମେଡିକାଲରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବିରୋଧରେ ମିଥ୍ୟ ଅଭିଯୋଗ ହୋଇଥିବା କହିଛନ୍ତି ଡାକ୍ତର।

ଅଧିକ ପଢନ୍ତୁ