ଅନ୍ଧବିଶ୍ୱାସର ଏକ କରୁଣ ପରିଣତି ପୁଣି ଥରେ ଦେଖିବାକୁ ମିଳିଛି। ଡାହାଣୀ ସନ୍ଦେହରେ ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କିତାବେଡ଼ା ଗ୍ରାମର ଡୁଙ୍ଗୁରିସାହିର ଦମ୍ପତି ଦେବେନ୍ଦ୍ର ନାଏକ(୭୦) ଓ ତାଙ୍କ ସ୍ତ୍ରୀ ଚମ୍ପା ନାଏକ ଙ୍କୁ ଉକ୍ତ ଗ୍ରାମର ଯୁବକ ଅଜୟ ନାଏକ (୨୩) କୁରାଢ଼ୀରେ ଅତି ନିର୍ମମ ଭାବରେ ହତ୍ୟା କରିଛି। ଏହି ଅଭାବନୀୟ ଘଟଣାରୁ ମୃତକଙ୍କ ପୁତ୍ରବଧୂ ସୁମିତ୍ରା ନାଏକ ଓ ଅଢେ଼ଇ ବର୍ଷର ନାତୁଣୀ ମେଘନା ନାଏକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ହତ୍ୟା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଅଜୟ ଫେରାର ହୋଇଯାଉଥିବାବେଳେ ବିଶୋଇ ପୋଲିସ ତାକୁ ଗିରଫ କରିଛି । ମୃତକ ସ୍ବାମୀ ହେଉଛନ୍ତି ଦେବେନ୍ଦ୍ର ନାୟକ ଓ ସ୍ତ୍ରୀ ଚମ୍ପା ନାୟକ । ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଗାଁ ରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରୁଥିଲା ଅଜୟ । ଏନେଇ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।
