ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର

ସାଇବର କ୍ରାଇମ୍ (ଡିଜିଟାଲ୍ ଆରେଷ୍ଟ୍)ର ଶିକାର ହୋଇଛନ୍ତି ଜଣେ ଡାକ୍ତରାଣୀ । ସେ ହେଉଛନ୍ତି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ସାଇବର ଲୁଟେରା । ଏ ସମ୍ପର୍କରେ ମମତା ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।ସୂଚନା ଅନୁସାରେ, କିଛି ଦିନ ତଳେ ତାଙ୍କୁ ଏକ ଫୋନ କଲ ଆସିଥିଲା। ବ୍ୟକ୍ତି ଜଣକ ଏକ କୋରିୟର ଅଫିସରୁ କହୁଥିବା ପରିଚୟ ଦେଇ ମମତାଙ୍କ ଆଧାର କାର୍ଡ ସହ ଲିଙ୍କ ଥିବା ଏକ ସନ୍ଦେହଜନକ ବ୍ୟାଗ ଆସିଥିବା କହିଥିଲେ। ଏପରିକି ଆପଣଙ୍କ ନାମରେ ସଙ୍ଗୀନ ଅଭିଯୋଗ ଅଛି ବୋଲି କହିଥିଲେ। ସଙ୍ଗେ ସଙ୍ଗେ କଲ ନକଲି ପୋଲିସ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର ମଧ୍ୟ ହୋଇଥିଲା। ସାଇବର ଅପରାଧୀ ଜଣକ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଡାକ୍ତର ମମତାଙ୍କୁ କହିଥିଲେ। ନଚେତ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଥିଲେ । ଏଥିରେ ସହଯୋଗ ନ କଲେ ଅସୁବିଧାର ସମ୍ମୁଖିନ ହେବେ ବୋଲି ତାଙ୍କୁ ଧମକ ଦିଆଯାଇଥିଲା। ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଥିଲେ। ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ପୁଲିସ ଏବଂ ପୁଲିସର ସାଇବର ସେଲ ଘଟଣାର ତଦନ୍ତ ଚଳାଇଛନ୍ତି ।

ଅଧିକ ପଢନ୍ତୁ