ଡିଜିପି ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ଧମକ

ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ । ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତ୍ବନ୍ତ ସିଂ ପନୁନ। ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି। ଡିଜିପି, ଆଇଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି । ଏଥିପାଇଁ ହାଇ ଆଲର୍ଟରେ ରହିଛି ଓଡ଼ିଶା ପୋଲିସ ।ଶିଖ୍ ଫର ଜଷ୍ଟିସ୍ (SFJ) ମୁଖ୍ୟ ପନ୍ନୁନ୍ ଭିଡିଓ ବାର୍ତ୍ତାରେ ଦାବି କରିଛନ୍ତି ଯେ, ଏହି ସମ୍ମିଳନୀ ରାଜଧାନୀ ଓଡିଶା ପାଇଁ ସବୁଠାରୁ ବଡ ସୁରକ୍ଷା ବିପଦ ଆଣିଛି।

ଓଡିଶା ରାଜଧାନୀକୁ ଏକ ‘ମନ୍ଦିର’ ସହର ନୁହେଁ, ‘ଆତଙ୍କବାଦୀ’ ସହର ବୋଲି କହି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ତାଙ୍କ ସମର୍ଥକମାନଙ୍କୁ ଡିଜିପି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ମନ୍ଦିର ଏବଂ ହୋଟେଲକୁ ଅକ୍ତିଆରକୁ ନେବାକୁ ଆହ୍ୱାନ ଦେଇଛନ୍ତି। ତେବେ ବିମାନବନ୍ଦର, ଲୋକସେବା ଭବନ, ରାଜ୍ୟ ଅତିଥି ଭବନ, ରାଜଭବନ, ମୈତ୍ରୀବିହାର, ଆଇପିଏସ୍ ମେସ୍ ଓ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କମିଶନରେଟ ପୋଲିସ ପକ୍ଷରୁ ନୋ ଫ୍ଲାଇଂ ଜୋନ୍ କରାଯାଇଛି । ଭୁବନେଶ୍ବରକୁ ପାଖାପାଖି ୮୫ ପ୍ଲାଟୁନ ଫୋର୍ସ ଜଗିଵେ। ଏୟାରପୋର୍ଟ, ଅତିଥିଙ୍କ ରହଣୀ ସ୍ଥାନ ଓ ଲୋକସେବା ଭବନ ସମ୍ମିଳନୀ କକ୍ଷ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଅଧିକ ପଢନ୍ତୁ