ଡିସିପିଙ୍କ ମନ୍ତବ୍ୟକୁ ନେଇ ଏବେ ଚର୍ଚା

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି। ପୀଡ଼ିତାଙ୍କ କଥା ଠିକ ନା ଡିସିପିଙ୍କ କଥା ଠିକ ତାକୁ ନେଇ ଚର୍ଚ୍ଚା ହେଉଛି।ଲୋକଙ୍କୁ ସୁରକ୍ଷା ଦେବାକୁ ରହିଥିବା ପୁଲିସ କିପରି ନିଜେ ଭକ୍ଷକ ସାଜୁଛି ତାହାର ଜ୍ବଳନ୍ତ ଉଦାହରଣ ଏହି ଘଟଣାରୁ ଦେଖିବାକୁ ମିଳିଛି। କେବଳ ତଳିଆ ପୁଲିସ କର୍ମଚାରୀ ନୁହନ୍ତି, ଆଇପିଏସ ସ୍ତରର ଅଧିକାରୀଙ୍କ ଭୂମିକା ବି ସନ୍ଦେହଘେରରେ ରହୁଛି। ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏକ ଜାତୀୟ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ଡିସିପି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୋଷାରୋପ କରିଥିଲେ। ଉଭୟ ଥାନାରେ ପହଞ୍ଚି ଉଭୟ ହଙ୍ଗାମା କରିବା, ସହ ଦୁର୍ବ୍ୟବହାର କରିଥିବା ସେ କହିଲେ। ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ସହ ଗାଳି କରିଥିଲେ। ଯାହାଙ୍କୁ ଦେଖିଲେ ଲାଗୁଥିଲା ଯୁବତୀ ଜଣକ ନିଶାଗ୍ରସ୍ତ ଅଛନ୍ତି ବୋଲି ଡିସିପି କହିଥିଲେ। ଜଣେ ମହିଳା ଅଫିସରଙ୍କୁ ସେ ଚାପୁଡ଼ା ମାରିଲେ, ଅନ୍ୟ ଜଣକୁ କାମୁଡ଼ିଲେ।

ଆଇଆଇସି ଆସିଲା ପରେ ତାଙ୍କୁ ବି ସେ ଦୁର୍ବ୍ୟବହାର କରିଥିଲେ। ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।କିନ୍ତୁ ପୀଡ଼ିତା କହିଛନ୍ତି ଯେ, ତାଙ୍କୁ ଥାନାରେ ଏକାଧିକ ପୁଲିସ ପିଟିଥିଲେ। ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ସହ ତାଙ୍କୁ ଯୌନ ନିର୍ଯାତନା ବି ଦେଇଥିଲେ। ଆଇଆଇସି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।ଅନ୍ୟପଟେ ଏହି ଘଟଣାରେ ୨ଟି ପୃଥକ ଭିଡିଓ ଗଣମାଧ୍ୟମ ହାତରେ ଲାଗିଛି। ଗୋଟିଏ ଭିଡିଓ ପୁଲିସ କର୍ମଚାରୀ କରିଥିବାବେଳେ ଅନ୍ୟଟି ନିଜେ ପୀଡ଼ିତା କରିଛନ୍ତି। ପୀଡ଼ିତାଙ୍କ ଭିଡିଓରେ ଥାନାରେ ରାତି ସମୟର ଦୃଶ୍ୟ ଦେଖିବାକୁ ମିଳିଛି। ଥାନାରେ ମହିଳା ପୁଲିସ କର୍ମଚାରୀ କେଉଁ ଅବସ୍ଥାରେ ରହିଥିଲେ ଏବଂ ସେଠାକାର ପରିବେଶ କିପରି ଥିଲେ ତାହାକୁ ସେ କହିଛନ୍ତି। ପୁଲିସ ଭିଡିଓରେ ପୀଡ଼ିତା ସେଭଳି କିଛି ଭୁଲ କରିଥିବା ଦେଖିବାକୁ ମିଳିନାହିଁ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଡିସିପି ଘଟଣା ବିଷୟରେ କିଛି ନ ଜାଣି କିପରି ମିଛ କହିଲେ ? ଯଦି ସେ ଘଟଣା ବିଷୟରେ ଅବଗତ ହେଲେ ତା’ହେଲେ ତାହାର ପ୍ରକୃତ ଅନୁସନ୍ଧାନ ନ କରି ଗଣମାଧ୍ୟମକୁ କାହିଁ ଭୁଲ ତଥ୍ୟ ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଧିକ ପଢନ୍ତୁ

Odisha Darpan Digital