ଡିସେମ୍ବର ସୁଦ୍ଧା ପ୍ରତି ମିନିଟରେ ବୁକ କରି ହେବ ଦେଢ ଲକ୍ଷ ଟିକେଟ

ଚଳିତ ବର୍ଷ ଶେଷସୁଦ୍ଧା ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବ ଭାରତୀୟ ରେଳପଥ। ନୂଆ ବ୍ୟବସ୍ଥାରେ ଗୋଟିଏ ମିନିଟ୍‌ରେ ଦେଢ଼ ଲକ୍ଷ ଟିକଟ ବୁକିଂ ହୋଇପାରିବ। ପୁରୁଣା ବ୍ୟବସ୍ଥାରେ ଗୋଟିଏ ମିନିଟ୍‌ରେ ୩୨ହଜାର ଟିକଟ ବୁକିଂ ହେଉଥିଲା। ନୂଆ ବ୍ୟବସ୍ଥାରେ ଏହାଠାରୁ ପାଞ୍ଚ ଗୁଣ ଅଧିକ ଟିକଟ ବୁକିଂ କରାଯାଇ ପାରିବ। ଯାତ୍ରା ସମୟର ୮ଘଣ୍ଟା ପୂର୍ବରୁ ଯାତ୍ରୀଙ୍କ ଚୂଡ଼ାନ୍ତ ଚାର୍ଟ ପ୍ରସ୍ତୁତ ହେବ। ନିର୍ଦ୍ଧିଷ୍ଟ ଦିନର ଦିନ ୨ଟା ପୂର୍ବରୁ ଛାଡଥିବା ଟ୍ରେନ୍ ପାଇଁ ପୂର୍ବଦିନ ରାତି ୯ଟା ସୁଦ୍ଧା ଯାତ୍ରୀଙ୍କ ଚୂଡ଼ାନ୍ତ ତାଲିକା ଆସିଯିବ ।

ସେଣ୍ଟର ଫର୍ ରେଲୱେ ଇନଫରମେସନ ସିଷ୍ଟମ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ । ତତ୍କାଳ ଟିକଟ ବୁକିଂକୁ ଅଧିକ ସ୍ୱଚ୍ଛ ଓ ସୁରକ୍ଷିତ କରିବା ଲାଗି ଆଧାର କିମ୍ବା ଡିଜି ଲକର ସଂଯୁକ୍ତ ସରକାରୀ ପରିଚୟପତ୍ର ଜରିଆରେ ପ୍ରମାଣୀକରଣ କରାଯିବ। ଟିକଟ ଅନୁସନ୍ଧାନ କ୍ଷମତାକୁ ଦଶଗୁଣ ବୃଦ୍ଧି କରାଯିବ। ନୂଆ ପିଆରଏସ ବ୍ୟବସ୍ଥାରେ ପ୍ରତି ମିନିଟ୍‌ରେ ୪ଲକ୍ଷରୁ ୪୦ ଲକ୍ଷ ଟିକଟ ସମ୍ପର୍କରେ ଅନୁସନ୍ଧାନ କରିବା ସମ୍ଭବ ହେବ ବୋଲି ଭାରତୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ

kc ads