ଡିସେମ୍ବର ସୁଦ୍ଧା ସରିବ ସୀମା ନିର୍ଦ୍ଧାରଣ: ରାଜସ୍ୱ ମନ୍ତ୍ରୀ

ଆସନ୍ତା ଡିସେମ୍ବର ସୁଦ୍ଧା ସରିବ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସୀମା ନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଜନଗଣନା ପୂର୍ବରୁ ସରିବ । କମିଶନ ବସିବ, ସବୁ କାମ ପାଇଁ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି । ଜନଗଣନା ଆରମ୍ଭ ହେଲେ ଏହି କାମ ବନ୍ଦ ରହିବ ।ଏହି ପ୍ରକ୍ରିୟାରେ ଜିଲା, ସବଡିଭିଜନ, ତହସିଲ ଓ ରାଜସ୍ୱ ଗାଁର ସୀମାରେ ପରିବର୍ତ୍ତନ କରାଯିବ। ରାଜସ୍ୱ ବିଭାଗ ଏହି ସୀମା ନିର୍ଧାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହା ଆଗାମୀ ପ୍ରଶାସନିକ ଓ ଜନଗଣନା ପ୍ରକ୍ରିୟାକୁ ସହଜ କରିବ।

ଅଧିକ ପଢନ୍ତୁ