ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ

ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ। ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଆଗାମୀ ଅଧିବେଶନରେ ପ୍ରମୁଖ ଆଇନଗତ କାର୍ଯ୍ୟ ଏବଂ ନୂତନ ବର୍ଷ ପୂର୍ବରୁ ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର ଆଶା କରାଯାଉଛି।ପୂର୍ବରୁ ସଂସଦର ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ୨୬ ଏପ୍ରିଲ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଟାର୍ଗେଟ ବିରୁଦ୍ଧରେ ଭାରତର ‘ଅପରେସନ୍ ସିନ୍ଦୁର’ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଝଡ଼ତୋଫାନ ହୋଇଥିଲା।

ନିର୍ବାଚନ ହେବାକୁ ଥିବା ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବିକୁ ନେଇ ମୌସୁମୀ ଅଧିବେଶନ ସମୟରେ ଲୋକସଭା ଏବଂ ରାଜ୍ୟସଭା ମଧ୍ୟ ନିରନ୍ତର ବାଧାପ୍ରାପ୍ତ ହୋଇଥିଲା।

ଅଧିକ ପଢନ୍ତୁ

Odisha Darpan Digital