ଡେପୁଟେସନରେ ଯିବା ପରେ ସତ କହିଲେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ

କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନୁମତି ମିଳିବାର ଗୋଟିଏ ଦିନ ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶନିବାର ସୋସିଆଲ ମିଡିଆରେ ତାଙ୍କ ଗତ ୧୮ ମାସର ଅସନ୍ତୁଳିତ କାର୍ଯ୍ୟ-ଜୀବନ କିପରି ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା ତାହା ପ୍ରକାଶ କରିଛନ୍ତି।ଲିଙ୍କଡିନ୍ ପ୍ରୋଫାଇଲରେ ସେ ଏକ ପୋଷ୍ଟ କରି କହିଛନ୍ତି ଯେ ଗତ ସପ୍ତାହଗୁଡ଼ିକ ‘ଚାପପୂର୍ଣ୍ଣ’ ଥିଲା। ଯାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରୁ ବାହାରିବାର ଯୁକ୍ତିଯୁକ୍ତ କାରଣ ସୂଚାଇଛି। ତେବେ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ଗତ କିଛି ସପ୍ତାହ ମୋ ପାଇଁ ଚାପପୂର୍ଣ୍ଣ ଥିଲା। ମାର୍ଚ୍ଚ ଆରମ୍ଭରେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ଗତ ୧୮ ମାସ ଧରି ମୁଁ ମୋ ପରିବାର ଓ ବ୍ୟକ୍ତିଗତ ବିଷୟଗୁଡ଼ିକୁ ଦେଖାଶୁଣା କରିପାରି ନଥିଲି। ମୁଁ ମୋ ସ୍ୱାସ୍ଥ୍ୟର ଯତ୍ନ ନେଇ ପାରି ନଥିଲି। ୨୦୨୪ରେ ମୁଁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ସାଧାରଣ ନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି, ଯେଉଁଥିରେ ଦୀର୍ଘ କାର୍ଯ୍ୟ ସମୟ ଆବଶ୍ୟକ ଥିଲା, ମୋର କାର୍ଯ୍ୟ-ଜୀବନ ସନ୍ତୁଳନକୁ ବିଘ୍ନିତ କରିଥିଲା ଏବଂ ମୋ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥିଲା,” ଆଇଏଏସ୍ ଅଧିକାରୀ ଧଳ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital