କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ ରାଜ୍ୟର ଆଉ ତିନି ଓଡିଶା କ୍ୟାଡ଼ରର ଆଇପିଏସ ଅଧିକାରୀ । ଏହି ତିନି ଆଇପିଏସ ଅଧିକାରୀ ହେଉଛନ୍ତି ଅସିତ୍ କୁମାର ପାଣିଗ୍ରାହୀ, ଅମିତାଭ୍ ଠାକୁର ଓ ରାଜେଶ କୁମାର । କିଛିଦିନ ପୂର୍ବରୁ ଦୁଇଜଣ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ କୁଟ୍ଟେ ଏବଂ ଆଶିଷ ସିଂଙ୍କୁ ଡେପୁଟେସନରେ ପଠାଯାଇଛି । ଏହି ଦୁଇ ଆଇପିଏସଙ୍କୁ ଭିକେ ପାଣ୍ଡିଆନଙ୍କର ସହଯୋଗୀ ବୋଲି କୁହାଯାଉଥିଲା ।
୧୯୯୭ ବ୍ୟାଚର ଆଇପିଏସ ଅସିତ କୁମାର ପାଣିଗ୍ରାହୀ, ୧୯୯୮ ବ୍ୟାଚର ଆଇପିଏସ ଅମିତାଭ ଠାକୁର ଓ ୧୯୯୮ ବ୍ୟାଚର ଆଇପିଏସ ରାଜେଶ କୁମାର କେନ୍ଦ୍ରକୁ ଗଲେ ଆଇଜି ରାଙ୍କରେ ଅବସ୍ଥାପିତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ।