ଡ୍ରୋନ୍‌ରୁ ମିସାଇଲ ଲଞ୍ଚ କଲା ଭାରତ

ଆହୁରି ଶକ୍ତିଶାଳୀ ହେଲା ଭାରତର ସାମରିକ ଶକ୍ତି । ଏବେ ଭାରତ ପା୍‌ରେ ଡ୍ରୋନରୁ ସଠିକ୍ ଲକ୍ଷ୍ୟଭେଦ କରି କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଶକ୍ତି ଅଛି । ଭାରତ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଜାତୀୟ ଓପନ୍ ଏରିଆ ରେଞ୍ଜ (NOAR)ରେ ଡ୍ରୋନ୍‌ଲଞ୍ଚ ସଠିକ୍ ମାର୍ଗନିର୍ଦ୍ଦିଷ୍ଟ ମିସାଇଲ (ULPGM-V3)ର ସଫଳତାର ସହିତ ପରୀକ୍ଷଣ କରିଛି। ଡିଫେନ୍ସ ରିସର୍ଚ୍ଚ ଅଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (DRDO) ଏହି ପରୀକ୍ଷଣ କାର୍ଯ୍ୟକରିଛି, ଯାହା ଭାରତର ସାମରିକ କ୍ଷମତାକୁ ଏକ ନୂତନ ଉଚ୍ଚତାକୁ ନେଇଯାଇଛି।ପୂର୍ବରୁ,(ୟୁଏଲପିଜିଏମ)-ଭି୨କୁ ଡିଆରଡିଓର ଟର୍ମିନାଲ ବାଲିଷ୍ଟିକ୍ ଗବେଷଣାଗାର ଦ୍ୱାରା ବିକଶିତ କରାଯାଇଥିଲା, ଯେଉଁଥିରେ ବହୁବିଧ ଯୁଦ୍ଧାସ୍ତ୍ର ବିନ୍ୟାସ ଥିଲା। ୟୁଏଲପିଜିଏମ ସିଷ୍ଟମଗୁଡ଼ିକୁ ହାଲୁକା, ସଠିକ୍ ଏବଂ ବିଭିନ୍ନ ଯାନରୁ ଆକାଶ ମାର୍ଗରେ ନିକ୍ଷେପ କରାଯିବା ପାଇଁ ଡିଜାଇନ୍ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋସିଆଲ ମିଡିଆରେ ପୋଷ୍ଟ କରି ଏବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ଏହା ଭାରତ ପାଇଁ ଆଉ ଏକ ବଡ଼ ସଫଳତା।ରାଜନାଥ ସିଂହ କରିଥିବା ପୋଷ୍ଟରେ ଲେଖାଯାଇଛି ‌ଯେ, ‘ଭାରତର ପ୍ରତିରକ୍ଷା କ୍ଷମତାକୁ ଏକ ବଡ଼ ସଫଳତା ମିଳିଛି। ଡିଆରଡିଓ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଥିବା ନ୍ୟାସନାଲ ଓପନ୍ ଏରିଆ ରେଞ୍ଜ (ଏନଓଏଆର)ରେ ମାନବରହିତ ଯାନରୁ ନିକ୍ଷେପ କରାଯାଇପାରୁଥିବା ପ୍ରିସିସନ୍ ମିସାଇଲ୍ (ୟୁଏଲପିଜିଏମ)-ଭି୩ର ସଫଳତାପୂର୍ବକ ପରୀକ୍ଷଣ କରିଛି।’ ଏଭଳି ଲେଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଏହି ପରୀକ୍ଷଣକୁ ଭାରତର କ୍ଷେପଣାସ୍ତ୍ର କ୍ଷମତା ପାଇଁ ଏକ ବଡ଼ ପ୍ରୋତ୍ସାହନ ଭାବେ ବର୍ଣ୍ଣନା କରିଛନ୍ତି।

ଅଧିକ ପଢନ୍ତୁ