ଡ. ସୁରେଶ ବରାଡ଼ଙ୍କ‘ଭକ୍ତି ଅର୍ଘ୍ୟ’ ପୁସ୍ତକ ଲୋକାର୍ପିତ

ଶରଣକୁଳ ତା୩୧/୧୨(ନି.ପ୍ର) ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ‘ଭକ୍ତି ଅର୍ଘ୍ୟ’ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ଆନ୍ତଜାର୍ତୀୟ ଚାରଣଗୋଷ୍ଠୀ ଦ୍ଵାରା ଆୟୋଜିତ ୩୨ ତମ ଚାରଣ ପ୍ରବ୍ରଜ୍ୟା କାର୍ଯ୍ୟକ୍ରମ ଗତକାଲି ସପ୍ତମ ଦିବସରେ ରତାପାଟ ଗ୍ରାମରେ ଗ୍ରାମବାସୀ ମାନଙ୍କ ତରଫରୁ ଆୟୋଜିତ ସାନ୍ଧ୍ୟ ପ୍ରାବଚନିକ କାର୍ଯ୍ୟକ୍ରମରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ପୌରୋହିତ୍ୟ କରିଥିଲେ ଚାରଣ ଗୋଷ୍ଠୀର ଦଳପତି ପ୍ରାଧ୍ୟାପକ ଡ. ଗୋପାଳ ଚନ୍ଦ୍ର ରଥ।

ଏଥି ସହିତ ସମ୍ମାନିତ ଅତିଥି ରୂପେ ସାଧାରଣ ସମ୍ପାଦକ ହରିଶ୍ଚନ୍ଦ୍ର ସାହୁ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, ନୟାଗଡ଼ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଦାଶ, ପ୍ରବାଚକ ଡା. ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଡ.ମିହିର ପଟ୍ଟନାୟକ, ପ୍ରବାଚକ ପାର୍ଥ ସାରଥି ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ସତ୍ୟ ନାରାୟଣ ମିଶ୍ର, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ ଓ କବି କୁସୁମ ନିରାକାର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ଉତ୍ସବରେ ଅତିଥି ମାନଙ୍କ କରକମଳରେ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ କବିତା ପୁସ୍ତକ ‘ଭକ୍ତି ଅର୍ଘ୍ୟ’ ପାଠକ ମାନଙ୍କ ପାଇଁ ଲୋକାର୍ପିତ ହୋଇଥିଲା। ଭକ୍ତି ସାହିତ୍ୟ ଭଣ୍ଡାରକୁ କବିଙ୍କର ଦାନ ପ୍ରଶଂସା ଯୋଗ୍ୟ ବୋଲି ଅତିଥି ମାନେ ସଭାରେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଚାରଣ ଯୋଗ ଦେଇଥିଲେ। ସମ୍ପାଦକ ଗୋବିନ୍ଦ୍ର ଚନ୍ଦ୍ର ବେହେରା କବିଙ୍କର ଉତ୍ତରୋତ୍ତର ସାରସ୍ବତ ଉନ୍ନତି ତଥା ଜୀବନରେ ସଫଳତା ପାଇଁ ଜଗନ୍ନାଥଙ୍କ ପାଖରେ ଅଳି କରିଥିଲେ।

ଅଧିକ ପଢନ୍ତୁ

kc ads