ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସମ୍ବୋଧନ ।

ଓଡ଼ିଶାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ରେଭେନ୍ସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସ୍ମାରକୀ ବକ୍ତୃତା ଓ ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଗଡ଼କରୀ ଅଭିଭାଷଣରେ କହିଛନ୍ତି, ପାର୍ଟି ଓ ସିଦ୍ଧାନ୍ତ ମଧ୍ୟରେ ସବୁବେଳେ ସିଦ୍ଧାନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ଅବସରରେ ସେ କହିଛନ୍ତି ଯେ, ବ୍ୟକ୍ତି କେତେଦିନ ବଞ୍ଚେ ତାହା ମହତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କିଭଳି ବଞ୍ଚେ ଓ ସେହି ସମୟ ମଧ୍ୟରେ କଣ କାମ କରେ ତାହା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହିଁ ଆମକୁ ଡ. ହରେକୃଷ୍ଣ ମହତାବଙ୍କ ଜୀବନରୁ ଶିକ୍ଷା ମିଳେ ।ଓଡିଶାରେ ଶିକ୍ଷାର ବିକାଶ କରି ଡ. ମହତାବ ପ୍ରମାଣିତ କରି ଦେଇଥିଲେ ଯେ, ଆତ୍ମବିଶ୍ୱାସ ସହ ଜ୍ଞାନର ସଂଯୋଗ ରହିବା ନିହାତି ଆବଶ୍ୟକ । ହୀରାକୁଦ ବନ୍ଧ ନିର୍ମାଣ ହେଉ, ଅବା ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠା କରିବା ହେଉ, ସବୁଥିରେ ତାଙ୍କ ଅବଦାନକୁ ଇତିହାସ ସବୁବେଳେ ମନେ ରଖିବ । ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାରାଷ୍ଟ୍ରର ଅହମଦ ନଗର ଜେଲରେ ଥିବାବେଳେ ସେ ଓଡିଶାରେ ନୂତନ ସୂର୍ଯ୍ୟୋଦୟର ସ୍ୱପ୍ନ ଦେଖିଥିଲେ ବୋଲି ଶ୍ରୀ ଗଡକରୀ ନିଜ ଅଭିଭାଷଣରେ କହିଥିଲେ ।

ଅଧିକ ପଢନ୍ତୁ

kc ads