ଢୋଲକିଆଙ୍କ ଶୋକ ସଭାରେ ନବୀନଙ୍କ ଶ୍ରଦ୍ଧାଞ୍ଜଳି

ପୂର୍ବତନ ମନ୍ତ୍ରୀ ଓ ନୂଆପଡା ର ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ବିୟୋଗ ରେ ନୂଆପଡା ରେ ଆୟୋଜିତ ହୋଇଛି ଶୋକ ସଭା |ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ପଟ୍ଟନାୟକ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ଖରିଆର ରୋଡ୍ ରେ ବିଜେଡି ତରଫରୁ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ଅନଲାଇନରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଥିଲେ ନବୀନ।ନବୀନ କହିଛନ୍ତି, ନୂଆପଡାର ବିକାଶ କ୍ଷେତ୍ରରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନିଷ୍ଠା,ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ପାଇଁ ସେ ସବୁଦିନ ମନେ ରହିବେ । ଶାନ୍ତ,ସରଳ ନିରହଂକାର ଗୁଣ ପାଇଁ ସମସ୍ତଙ୍କ ପ୍ରିୟ ଥିଲେ ।ଢୋଲକିଆ ବାବୁଙ୍କ ଅଧୁରା କାମ କୁ ପୁରା କରିବାକୁ ତାଙ୍କ ପରିବାର ସହ ବିଜୁ ଜନତା ଦଳ ଓ ସେ ନିଜେ ସମସ୍ତେ ଏକାଠି କାମ କରିବେ ବୋଲି ନବୀନ ପଟନାୟକଙ୍କ ପ୍ରତିଶ୍ରୁତି ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟ ଶଙ୍କର ମିଶ୍ର, କଳିକେଶ ସିଂହଦେଓ, ଅଧିରାଜ ପାଣିଗ୍ରାହୀଙ୍କ ସମେତ ବହୁ କର୍ମୀ ଏବଂ ଏହି ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ। ସମସ୍ତେ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତି ଚାରଣ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital