ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ’, ଅନାସ୍ଥା ପ୍ରସ୍ତାବ ନୋଟିସ୍ ଉପରେ ପ୍ରତିକ୍ରିୟା ଦେଲେ ଓମ୍ ବିର୍ଲା

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ବିରୋଧୀ ସଜବାଜ ହେଉଛନ୍ତି । ଏନେଇ ଏକ ନୋଟିସ୍ ଲୋକସଭାର ମହାସଚିବଙ୍କୁ ଦିଆଯାଇଛି ।କଂଗ୍ରେସ ସମେତ ୧୧୮ ସାଂସଦ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ ନୋଟିସ । ଲୋକସଭା ମହାସଚିବଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରାଯାଇଛି ।  ସମାଜବାଦୀ ପାର୍ଟି ଓ ଡିଏମକେ ସମର୍ଥନ କରିଥିବା ବେଳେ TMC ଏପର୍ଯ୍ୟନ୍ତ ଏଥିରେ ସ୍ବାକ୍ଷର କରିନାହିଁ ।ବଜେଟ୍ ଅଧିବେଶନ ସମୟରେ ଲୋକସଭାରେ ବିରୋଧୀ ଓ ସରକାରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି ।  ବିରୋଧୀଙ୍କ ଅଭିଯୋଗ , ବାଚସ୍ପତି ପକ୍ଷପାତ କରୁଛନ୍ତି  ।  ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି ।  ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଗୃହରେ କହିବାକୁ ସମୟ ଦିଆଯାଉ ନାହିଁ  ।  ବାଚସ୍ପତି କେବଳ ଶାସକ ଦଳକୁ ସମର୍ଥନ କରୁଛନ୍ତି ଓ ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ନିଲମ୍ବିତ କରୁଛନ୍ତି ବୋଲି ବିରୋଧୀ କହିଛନ୍ତି ।ଏସବୁ ଚର୍ଚ୍ଚା ମଧ୍ୟରେ ଓମ ବିର୍ଲାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେହିଭଳି ସେ, ତାଙ୍କ ବିରୋଧରେ ଆସିଥିବା ନୋଟିସ୍ର ସମୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଓମ୍ ବିର୍ଲା ନୋଟିସର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢନ୍ତୁ

kc ads