ତମାଖୁ-ମଦ ବିଜ୍ଞାପନରେ ନଜର ଆସିବେନି କ୍ରିକେଟର । 

ଦେଶର କୌଣସି ଖେଳାଳିଙ୍କୁ ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ବିସିସିଆଇ ଏବଂ ଏସ୍‌ଏଆଇକୁ ଚିଠି ଲେଖି ଖେଳାଳିଙ୍କଠାରୁ ତୁରନ୍ତ ଆଫିଡେଭିଟ ନେବାକୁ କହିଛନ୍ତି। ଏହି ଚିଠିରେ ଗୋୟଲ ଲେଖିଛନ୍ତି ଯେ ଭାରତରେ କ୍ରିକେଟକୁ ଏକ ଧର୍ମ ବୋଲି ଗ୍ରହଣ କରାଯାଏ , ଆଉ କ୍ରିକେଟରମାନଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ । ଏପରି ସ୍ଥିତିରେ କ୍ରିକେଟରମାନେ ତମାଖୁ ଓ ମଦର ବିଜ୍ଞାପନ କରିବା ଦ୍ୱାରା ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେଇଥାନ୍ତି ।

ତଥାପି ଦୁର୍ଭାଗ୍ୟଜନକ ଯେ ଭେଟେରାନ କ୍ରୀଡା ତାରକାମାନେ ପ୍ରାୟତଃ ସିଗାରେଟ, ବିଡି କିମ୍ବା ପାନ ମସାଲା ବିଜ୍ଞାପନ କରୁଥିବା ଦେଖାଯାଏ।ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସଭାପତି ରୋଜର ବିନିଙ୍କୁ ଦେଶର ଜନସଂଖ୍ୟାକୁ ସୁସ୍ଥ ରଖିବା ପାଇଁ ସରକାରଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଆଇପିଏଲ କିମ୍ବା ଅନ୍ୟ କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଏଭଳି ବିଜ୍ଞାପନ ପ୍ରସାର କରାଯିବ ନାହିଁ ବୋଲି ସେ କହିଛନ୍ତି।ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସାରା ବିଶ୍ୱରେ କ୍ରିକେଟରମାନଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ଆଉ ସେମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି । ତେଣୁ ଏହାକୁ ରୋକିବାକୁ ବିସିସିଆଇ ନିର୍ଦ୍ଦେଶ ଜାରି କରିବା ଉଚିତ୍ ।

ଅଧିକ ପଢନ୍ତୁ

kc ads