ତୀର ମାଡ଼ରେ ଆଇଆଇସି ଆହତ

ସୁନ୍ଦରଗଡ ଜିଲା ବଣାଇ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସକୁ ହୋଇଛି ତୀରମାଡ। ଯେଉଁଥିପାଇଁ ଗୁରୁତର ଆହତ ହୋଇଛନ୍ତି ଆଇଆଇସି। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅଞ୍ଚଳରେ ଘଟିଛି।

ସବୁଦିନ ପରି ଆଜି ମହୁଲପଦା ଥାନାର ବଡ଼ଜଲ ପ୍ରାଥମିକ ସ୍କୁଲ ଖୋଲିଥିଲା। ଆଉ ପିଲାମାନେ ଓ ସାର୍‌ ସ୍କୁଲ ଆସିଥିଲା। ପ୍ରାର୍ଥନା ପରେ ପାଠ ପଢ଼ା ଆରମ୍ଭ ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୨ଟା ବେଳେ ଜଣେ ବ୍ୟକ୍ତି ଧନୁ ଓ ତୀର ଧରି ସ୍କୁଲ ଛାତ ଉପରକୁ ଚଢ଼ି ଯାଇଥିଲା। ଆଉ ନାନା ଅଭିନୟ କରିଥିଲା। ବ୍ୟକ୍ତି ଜଣକ ଧନୁରେ ତୀର ଯୋଖି ଆକ୍ରମଣ ପାଇଁ ଧମକ ଦେଇଥିଲା। ଯେଉଁଥିପାଇଁ ପିଲାମାନେ ଶ୍ରେଣୀ ଗୃହରେ ପଶି ଯାଇଥିଲେ। ଏହି ସୂଚନା ପାଇ ମହୁଲପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ।ତେବେ ପୋଲିସକୁ ଦେଖି ଯୁବକ ଜଣକ ଛାତ ଉପରୁ ତୀରମାଡ କରିଥିଲେ। ଏହି ସମୟରେ ମହୁଲପଦା ଥାନା ଅଧିକାରୀ ସୁରେଶଙ୍କ ହାତ ପାପୁଲିରେ ତୀର ବାଜିଥିଲା। ତୀରମାଡ ପରେ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ପୋଲିସ ଟିମ ଅଭିଯୁକ୍ତ ଯୁବକଙ୍କୁ ଧରିବା ପାଇଁ ଛାନଭିନ କରୁଛି।

ଅଧିକ ପଢନ୍ତୁ

kc ads