ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବି ନିସ୍ତାର ମିଳୁନି । ଲଗାତାର ଭାବେ ପାରଦ ହ୍ରାସ ପାଇଚାଲିଛି । ୧୨ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା । କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବର ଓ କଟକ ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀକୁ ଖସିଛି। ଗତ ୧୦ରୁ ୧୫ ଦିନ ମଧ୍ୟରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିଛି । ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ବଢ଼ିବା କାରଣରୁ ଶୀତର ପ୍ରକୋପ ବଢ଼ିଛି । ପାଣିପାଗ ବିଭାଗର ଆକଳନ ଆହୁରି ଦୁଇ ଦିନ କଲବଲ କରିବ ଥଣ୍ଡା । ଫେବ୍ରୁଆରି ଅଧା ଯାଏ ରହିବ ଶୀତର ପ୍ରକୋପ । ଏଥିସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ ବୋଲି ଆକଳନ କରିଛନ୍ତି ପାଣିପାଗ
