ଜାପାନରେ ଗୁରୁବାର ସକାଳେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ରେ ମାପ କରାଯାଇଛି। ଜାପାନର ହଂସୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଚାଇନାରେ ମଧ୍ୟ ଲୋକମାନେ ଏହା ଅନୁଭବ କରିଥିଲେ। ତାଇଓ୍ବାନ ଭୟଙ୍କର ଭୂମିକମ୍ପର ଗୋଟିଏ ଦିନ ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ହୋଇଛି ।
ତାଇଓ୍ବାନରେ ଶକ୍ତିଶାଳୀ ଭୂମିକମ୍ପ ର ତୀବ୍ରତା ୭.୪ ରେକର୍ଡ କରାଯାଇଥିଲା । ଏହି ଭୟଙ୍କର ଭୂମିକମ୍ପରେ ପ୍ରାୟ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହିପରି ଶତାଧିକ ଘର ନଷ୍ଟ ହୋଇଛି । ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି ।