ଏବେ କୁଲ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି। ୧୫ କୋଟି ଟଙ୍କାର କ୍ଷତି ସହିଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀ। ଠକାମୀର ଶିକାର ହେବା ପରେ ଧୋନୀ ତାଙ୍କ ବନ୍ଧୁ ଓ ବିଜ୍ନେସ୍ ପାର୍ଟନର୍ ମିହିର ଦିବାକର ଓ ସୌମ୍ୟ ବିଶ୍ୱାସଙ୍କ ବିରୋଧରେ ରାଞ୍ଚି କୋର୍ଟରେ ମାମଲା ଦାୟର କରିଛନ୍ତି। ଅର୍କା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜ୍ମେଣ୍ଟ ଲିମିଟେଡ୍ର ଏହି ଦୁଇ ଜଣଙ୍କ ବିରୋଧରେ ମାମଲା ହୋଇଛି।କୁହାଯାଉଛି ଯେ ମହେନ୍ଦ୍ର ସିଂ ଧୋନି ଏବଂ ମିହିର ଦିଓ୍ବାକରଙ୍କ ମଧ୍ୟରେ କ୍ରିକେଟ ଏକାଡେମୀ ଖୋଲିବା ପାଇଁ ଏକ ଚୁକ୍ତି ହୋଇଥିଲା। ସୂଚନା ଅନୁଯାୟୀ, ଧୋନି ଏବଂ ମିହିରଙ୍କ ମଧ୍ୟରେ ଏହି ଚୁକ୍ତିନାମା ୨୦୧୭ରେ ସ୍ବାକ୍ଷରିତ ହୋଇଛି। ସୂଚନାନୁସାରେ, ମିହିର ନିର୍ଦ୍ଦିଷ୍ଟ ସର୍ତ୍ତ ପାଳନ କରିବାରେ ବିଫଳ ହୋଇଥିଲେ। ଏହି କାରଣରୁ ଧୋନି ମିହିରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।ଧୋନୀଙ୍କ ପକ୍ଷରୁ ବାରମ୍ବାର ଦିବାକରଙ୍କୁ ନିୟମ ମାନିବାକୁ କୁହାଯାଇଥିଲେ ମଧ୍ୟ କିଛି ପରିଣାମ ହୋଇ ନଥିଲା। ଫଳରେ ଧୋନୀ ବାଧ୍ୟ ହୋଇ ୨୦୨୧ ଅଗଷ୍ଟ ୧୫ ତାରିଖରେ ଅର୍କ ସ୍ପୋର୍ଟ୍ସ କମ୍ପାନୀରୁ ନିଜର ଅଥୋରିଟି ଲେଟର ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ଏକାଧିକ ଆଇନଗତ ନୋଟିସ୍ ପଠାଇଥିଲା। ହେଲେ ଏହି ନୋଟିସ୍ର କୌଣସି ଜବାବ ମିଳି ନଥିଲା।ଏହି କାରଣରୁ ଧୋନିଙ୍କୁ ଏହି ପଦକ୍ଷେପ ନେବାକୁ ପଡିଲା। ତେବେ ଚୁକ୍ତିନାମା ଅନୁଯାୟୀ ଧୋନି ୧୭ କୋଟି ଟଙ୍କା କ୍ଷତି ସହିଛନ୍ତି।
ମହେନ୍ଦ୍ର ସିଂ ଧୋନି ଏବଂ ମିହିର ଦିୱାକରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଭଲ ବନ୍ଧୁତା ରହିଆସିଛି। ସୂଚନା ଅନୁଯାୟୀ, କ୍ରିକେଟ ଏକାଡେମୀ ଖୋଲିବାକୁ ଦୁହେଁ ଏକାଠି ଯୋଜନା କରିଥିଲେ। କିନ୍ତୁ ଧୀରେ ଧୀରେ କିଛି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ବିବାଦ ଖବର ଆସିବାକୁ ଲାଗିଲା, ପରେ ମହେନ୍ଦ୍ର ସିଂ ଧୋନି ଏହି ଅପରାଧିକ ମାମଲା ଦାୟର କରିଥିଲେ।