ରାଜ୍ୟରେ ଏବେ ଅନେକ ସ୍ଥାନରେ ଗରମ ଅନୁଭୂତ ହେବାରେ ଲାଗିଛି । ଫେବୃଆରୀ ମାସରେ ବି ଗ୍ରୀଷ୍ମର ଅନୁଭୂତ ହେଉଛି । ଯାହା ଫଳରେ ଏବେ ଠାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ, ପାଣି ପାଗ ବିଭାଗ ପକ୍ଷରୁ ଆଶ୍ବସ୍ତି କଲା ଭଳି ଏକ ଖବର ସାମ୍ନାକୁ ଆସିଛି ।ରାତି ସହ ଦିନର ତାପମାତ୍ରା କମିବ ୩ ଦିନ ପରେ ଆହୁରି କମିବ ତାତି । ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରସା ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଆଗାମୀ ୪ରୁ ୫ ଦିନ ଯାଏ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।ବର୍ତ୍ତମାନ ଉପକୂଳ ଜିଲ୍ଲାମାନଙ୍କରେ ତାପମାତ୍ରା ସ୍ଵାଭାବିକରୁ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସ୍ଵାଭାବିକ ତାପମାତ୍ରାରୁ ଅଧିକ ରହିଛି ।
ତେବେ ରାତିର ତାପମାତ୍ରା ହ୍ରାସ ପାଇବ । ତେବେ ଗତ ୨୪ ଘଣ୍ଟାରେ ୩ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଝାରସୁଗୁଡ଼ାରେ ସର୍ବାଧିକ ୩୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ, ଅନୁଗୁଳ ଏବଂ ବଲାଙ୍ଗୀରରେ ୩୫.୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।ସେପଟେ ବର୍ତ୍ତମାନ ରାଜ୍ୟରେ ଘନ କୁହୁଡିକୁ ନେଇ କୌଣସି ସତର୍କ ସୂଚନା ନାହିଁ । ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ । ବିଶେଷ କରି ଉତ୍ତର ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ କୁହୁଡି ଦେଖାଯିବ ।