ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରାଯାଇଛି ।

ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରାଯାଇଛି । ବିଶୃଙ୍ଖଳିତ ଆଚରଣ ପାଇଁ ସସପେଣ୍ଡ କଲେ ବାଚସ୍ପତି ସୁରମା ପାଢ଼ୀ ।ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଧାନସଭାରେ କାଲି ବାଚସ୍ପତିଙ୍କ ପୋଡ଼ିୟମ ମାଇକ ଭାଙ୍ଗିଥିଲେ ତାରା। ଆଉ ଆଜି ବି ଗୃହରେ ହଙ୍ଗାମା କରିଥିଲେ। ଏନେଇ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ତାରାଙ୍କ ନିଲମ୍ବନକୁ ନେଇ କଂଗ୍ରେସ କରିଛି ପ୍ରତିବାଦ । ମୁହଁରେ କଳାପଟି ବାନ୍ଧି କଂଗ୍ରେସ ସଦସ୍ୟ ପ୍ରତିବାଦ ପ୍ରର୍ଦାନ କରିଛନ୍ତି ।ତାରା କହିଛନ୍ତି, ଓଡ଼ିଶାକୁ ଭାଗ ଭାଗ କରିବା କ’ଣ ଓଡ଼ିଆ ଅସ୍ମିତା? ସେ ଓଡ଼ିଶାକୁ ଭାଗ କଲା ଭଳି ପ୍ରତିକ୍ରିୟା ଦେଉଛନ୍ତି। ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ ତା’ପରେ ଉତ୍ତରାଞ୍ଚଳ ଏହି ପରି ଭାବେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ବୋଲି ତାରା ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ। ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି, ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଅନ୍ତୁ ସେ ଆଉ ଏପରି ମନ୍ତବ୍ୟ ଦେବେ ନାହିଁ। ତାଙ୍କ ଦଳରେ ପାଣ୍ଡିଆନ କଥା ପ୍ରଥମେ ଉଠାଇଥିବା ଲୋକ ଯିଏ କି ତାଙ୍କୁ ଆଜି ଦଳ ଅଣଦେଖା କରୁଛି ବୋଲି ତାରା ତାଙ୍କୁ ତାତ୍ସଲ୍ୟ କରି କହିଥିଲେ।

ଅଧିକ ପଢନ୍ତୁ

Odisha Darpan Digital