ତାରା, ଭକ୍ତ ଓ ମୋକିମଙ୍କୁ ଉଠାଇ ନେଲା ପୋଲିସ

ଲୋୟର ପିଏମଜିରେ ଅଣାୟତ୍ତ ହୋଇଛି ସ୍ଥିତି। ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କଲା ପୋଲିସ। ବ୍ୟାରିକେଡ୍‌ ଭାଙ୍ଗିବା ପରେ ପାଣି ମାଡ଼ କଲା ପୋଲିସ। କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ପୋଲିସ ନାକେଦମ୍‌।କଂଗ୍ରେସ କର୍ମୀଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି । ବଡ଼ ବଡ଼ ନେତାଙ୍କୁ ଗିରଫ କରିବା ଦ୍ୱାରା କର୍ମୀ ଶାନ୍ତ ପଡ଼ିବେ ଓ ଆନ୍ଦୋଳନରୁ ଓହରିବା ନେଇ ପୋଲିସ ଆଶା ରଖିଛି ।ଲୋୟର ପିଏମଜିରୁ ପିସିସି ସଭାପତି ଭକ୍ତ ଦାସ, ବିଧାୟକ ତାରାବାହିନୀ ପତି ଏବଂ ମହମ୍ମଦ ମୋକିମଙ୍କୁ ଉଠାଇ ନେଇଛି ପୋଲିସ। ମାଜିଷ୍ଟ୍ରେଟଙ୍କ ଅର୍ଡର ପରେ ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସେପଟେ ଗିରଫ ହେବା ନେଇ ଭକ୍ତ ଦାସ କହିଛନ୍ତି, ଗିରଫଦାରୀର ଭୟ ନାହିଁ । ଆଗାମୀ ଦିନରେ ସବୁ ଜିଲ୍ଲାରେ ନ୍ୟାୟ ସତ୍ୟାଗ୍ରହ ହେବ ବୋଲି ଦେଲେ ସୂଚନା ।

ସେପଟେ ଗିରଫ ପରେ ଲୋୟର ପିଏମଜି ସ୍ଥିତି ଧୀରେ ଧୀରେ ସୁଧୁରୁଥିବାର ଦେଖିବାକୁ ମିଳୁଛି ।

ଅଧିକ ପଢନ୍ତୁ

kc ads