ତାଳପତ୍ର ପୋଥି ସଂଗ୍ରହ ନିଶାରେ ନୟାଗଡ଼ ଜିଲ୍ଲାର ଯୁବ ସଂଗ୍ରାହକ ସଂଜୟ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଦୁରୁଦୁରା ଗ୍ରାମର ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁଙ୍କୁ ଘାରିଛି ପୋଥି ସଂଗ୍ରହ ନିଶା। ପବିତ୍ର ଗଣେଶ ପୂଜା ପୂର୍ବ ଦିନ ଏକ ବିରଳ ଚିତ୍ରକଳା/ଚିତ୍ର ଖୋଦିତ ତାଳପତ୍ର ପୋଥିକୁ ସଂଗ୍ରହ କରିଛନ୍ତି ସଞ୍ଜୟ। ଉକ୍ତ ପୋଥିକୁ ଭୁବନେଶ୍ୱରରେ ରହୁଥିବା ଆକ୍ସିସ୍ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ବିଶ୍ବଜିତ ରାୟ ଏହାକୁ ସୁରକ୍ଷିତ ଭାବେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ସ୍ଵେଚ୍ଛାକୃତ ଭାବେ ପ୍ରଦାନ କରିଛନ୍ତି। ଏହି ଅନୁଷ୍ଠାନର ସଂଗ୍ରହ କରାଯାଉଥିବା ସାମଗ୍ରୀ ଦେଖି ଶ୍ରୀ ରାୟ ବେଶ୍ ଖୁସି ଅନୁଭବ କରିବା ସହ ଅନୁଷ୍ଠାନ ସହ ଜଡ଼ିତ ରହି ଆଗକୁ ସହୋଯୋଗ କରିବା ପାଇଁ ଆଶା ଦେଇଛନ୍ତି।

ଏହା ସହ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ପାଠାଗାର ଅନୁଷ୍ଠାନ ପକ୍ଷରୁ ବିଶ୍ବଜିତ ରାୟଙ୍କୁ କୃତଜ୍ଞତା ଦେବା ସହ ଆଗକୁ ରାୟ ପରିବାର ନାମରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ସହ ଅନ୍ୟାନ୍ୟ ଜିନିଷ ତାଙ୍କର ପରିବାର ନାମରେ ରଖାଯିବା ପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂଗ୍ରାହକ ସଞ୍ଜୟ ସୂଚନା ଦେଇଛନ୍ତି। ପୋଥି ସଂଗ୍ରହ ଆଜିର ଯୁବଗୋଷ୍ଠୀ ଏଥିରୁ ବିମୁଖ ହେଉଥିବା ବେଳେ ଯୁବ ସଂଗ୍ରାହକ ସଞ୍ଜୟ ସବୁବେଳେ ସମସ୍ତଙ୍କ ସହ ଯୋଗାଯୋଗ କରି ଆଖ ପାଖ ଗ୍ରାମାଞ୍ଚଳ ଗୁଡିକରୁ ପୋଥି ସଂଗ୍ରହ କରି ସାଇତି ରଖୁଛନ୍ତି। କମ୍ ବୟସରୁ ପୋଥି ନିଶା ଘାରିଥିବା ବେଳେ ଏହାକୁ ଜୀବନ ଥିଲା ପର୍ଯ୍ୟନ୍ତ ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି। ସଂଗ୍ରାହକ ଓ ତାଙ୍କ ମାଆ ମଧ୍ୟ ଅସଯଡା ତାଳପତ୍ର ପୋଥିକୁ ପୃଷ୍ଠାକୁ ପୃଷ୍ଠା ସଜାଡି ଦେବା ସହ ସଂଗ୍ରହରେ ସହଯୋଗ କରନ୍ତି ବୋଲି ସଞ୍ଜୟ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ